ଓଡିଶା

odisha

ETV Bharat / briefs

ବିଶ୍ବକପ: ସଙ୍କଟରେ କଙ୍ଗାରୁ ଦଳ, 20 ଓଭର ସୁଦ୍ଧା 5 ଓ୍ବିକେଟ ହାତେଇଲା ଇଣ୍ଡିଜ - failure

ବିଶ୍ବକପ ଲଢେଇରେ ଗୁରୁବାର ୱେଷ୍ଟଇଣ୍ଡିଜ ବନାମ ଅଷ୍ଟ୍ରେଲିଆ ମ୍ୟାଚ ଖେଳାଯାଉଛି । ଟସ୍‌ ଜିତି ୱେଷ୍ଟଇଣ୍ଡିଜ କ୍ୟାପଟେନ ଜେସନ ହୋଲ୍ଡର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଆରମ୍ଭରୁ ହିଁ ଓ୍ବେଷ୍ଟଇଣ୍ଡିଜ୍‌ ଅଷ୍ଟ୍ରେଲିଆ ଟିମର ଓ୍ବିକେଟ ନେବାରେ ସଫଳ ରହିଛି । ମ୍ୟାକ୍ସଓ୍ବେଲ ବିନା ଖାତା ଖୋଲି ପାଭିଲିୟନ୍‌କୁ ଫେରି ଯାଇଛନ୍ତି ।

ଫଟୋ ସୌଜନ୍ଯ:ସୋସିଆଲ ମିଡିଆ

By

Published : Jun 6, 2019, 5:02 PM IST

Updated : Jun 6, 2019, 5:22 PM IST

ନଟିଂହାମ: ଟସ ଜିତି ୱେଷ୍ଟଇଣ୍ଡିଜ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଏହି ମଧ୍ୟରେ 20 ଓଭର ସୁଦ୍ଧା ଇଣ୍ଡିଜ 5ଟି ଓ୍ବିକେଟ ନେବାରେ ସଫଳ ହୋଇଛି ।

ଫଟୋ ସୌଜନ୍ଯ:ସୋସିଆଲ ମିଡିଆ@windiescricket

1ମ ଓ୍ବିକେଟ ଭାବେ ଓପନର ଆରୋନ୍‌ ଫିଞ୍ଚ୍‌ (6 )ଙ୍କୁ କ୍ୟାଚ ଆଉଟ୍‌ କରିଥିଲା ଇଣ୍ଡିଜ । ଏହା ପରେ ଡେଭିଡ୍‌ ଓ୍ବାର୍ଣ୍ଣର ( 3) ,ଉସମାନ ଖଓ୍ବାଜା(13),ମ୍ୟାକ୍ସଓ୍ବେଲ୍‌ (0), ମାର୍କୋସ ଷ୍ଟୋନିସ୍‌(19) ରୂପରେ 5ଟି ଓ୍ବିକେଟ ହରାଇ ସାରିଛି ଅଷ୍ଟ୍ରେଲିଆ ।
ସେଲଡ୍ରନ କଟ୍ରେଲ 2ଟି ଓ୍ବିକେଟ ହାତେଇଥିବା ବେଳେ ଓସାନେ ଥୋମାସ,ଆଣ୍ଡ୍ରେ ରସେଲ,ଜାସନ ହୋଲ୍ଡର ଗୋଟିଏ ଗୋଟିଓ ଲେଖାଏଁ ଓ୍ବିକେଟ୍‌ ନେଇଛନ୍ତି ।

ଅଷ୍ଟ୍ରେଲିଆ ଦଳ : ଆରୋନ ଫିଞ୍ଚ(କ୍ୟାପଟେନ), ଡେଭିଡ ୱାର୍ଣ୍ଣର, ଉସମାନ ଖୱାଜା, ଷ୍ଟିଭ ସ୍ମିଥ, ମାର୍କୋସ ଷ୍ଟୋନିସ, ଗ୍ଳେନ ମାକ୍ସୱେଲ, ଆଲେକ୍ସ କ୍ୟାରି(ୱିକେଟକିପର), ନାଥନ କୁଟର ନାଇଲ, ପାଟ କମିନ୍ସ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା ।

ୱେଷ୍ଟଇଣ୍ଡିଜ ଦଳ: କ୍ରିସ ଗେଲ, ଇଭିନ ଲୁଇସ, ସାଇ ହୋପ(ୱିକେଟକିପର), ସିମ୍ରନ ହେଟମେୟର, ନିକୋଲାସ ପୁରୋନ(ୱିକେଟକିପର), ଆଣ୍ଡ୍ରେ ରସେଲ, ଜାସନ ହୋଲ୍ଡର(କ୍ୟାପଟେନ), କର୍ଲୋସ ବ୍ରାଥୱେଟ, ଆସଲେ ନର୍ସ, ସେଲଡ୍ରନ କଟ୍ରେଲ, ଓସାନେ ଥୋମାସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 6, 2019, 5:22 PM IST

ABOUT THE AUTHOR

...view details