ଓଡିଶା

odisha

ETV Bharat / briefs

ଜଳିଗଲା ସିଲିଗୁଡିର 7ଟି ଦୋକାନ

ଜଳିଗଲା ପଶ୍ଚିମବଙ୍ଗର ବିଧାନ ମାର୍କେଟର କସମେଟିକ ଦୋକାନ । ବ୍ୟାପକ ଧନ ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ।

By

Published : Jun 11, 2019, 9:10 AM IST

ଫଟୋ ସୌଜନ୍ୟ: ଏଏନଆଇ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଦୈନନ୍ଦିନ ସିଲିଗୁଡିର ବିଧାନ ମାର୍କେଟରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି । ଆଜି ଭୋରରୁ ଏହି ମାର୍କେଟରେ ଅଗ୍ନିକାଣ୍ଡ ଘଟିବା ଦ୍ବାରା 7ଟି କସମେଟିକ ଦୋକାନ ଜଳିଯାଇଛି । ସିଲିଗୁଡିର ଏହି ବ୍ୟସ୍ତ ବହୁଳ ମାର୍କେଟରେ ନିଆଁ ଲାଗି ସାତଟି ଦୋକାନ ପୋଡି ପାଉଁଶ ହୋଇଥିଲେ ମଧ୍ୟ କୌଣସି ଜନଜୀବନ ହାନି ହୋଇନାହିଁ ।

ଘଟଣା ସଂପର୍କରେ ଖବର ପାଇ ଦମକଳ ବାହିନୀର 4ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ କେଉଁ କାରଣରୁ ଏହି ନିଆଁ ଲାଗିଲା ତାହା ଜଣାପଡିନଥିଲେ ମଧ୍ୟ ଦମକଳ ବାହିନୀ ଓ ପୋଲିସ ଘଟଣାର ତଦନ୍ତ କରୁଛନ୍ତି । ଏହି ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଥିବାର ଅନୁମାନ କରାଯାଉଛି ।

ABOUT THE AUTHOR

...view details