ରାଉରକେଲା: ଦୋଷୀକୁ ଗିରଫ କରି ଉଚିତ୍ ଦଣ୍ଡ ଦେବା ଦାବିରେ ଆଜି ହାତୀବାଡି ଅଞ୍ଚଳର ଅଙ୍କରପଲ୍ଲୀ ସାପ୍ତାହିକ ବଜାରକୁ ବନ୍ଦ କରାଯାଇଛି ।
ସୂଚନାନୁସାରେ, ବାଲିମୁଣ୍ଡ ଗାଁର ଅଲଟ କୂଲଲୁ ଅମୃତଭଣ୍ଡା ବିକିବାକୁ ଅଙ୍କରପଲ୍ଲୀ ବଜାରକୁ ଯାଇଥିଲେ । ସେଠାରେ ବଜାର ଠିକାଦାର ତାଙ୍କୁ ନିସ୍ତୁକ ମାଡ ମାରିଥିଲେ । ଗୁରୁତର ଅଲଟଙ୍କୁ ତାଙ୍କ ପୁଅ ଚିକିତ୍ସା ପାଇଁ ଆଇଜିଏଚରେ ଭର୍ତ୍ତି କରାଇଥିଲେ । ଏଥିସହିତ ହାତୀବାଡି ଥାନାରେ ଏନେଇ ମାମଲା ରୁଜୁ କରିଥିଲେ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା ପୋଲିସ ଏସଟି, ଏସସିର ବିଭିନ୍ନ ଧାରା ସହ ଆଇପିସି ଧାରା 341, 294, 323, 506 ରେ ମାମଲା ରୁଜୁ କରିଛି । ହେଲେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତକୁ ଗିରଫ କରାଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯାହାକୁ ପ୍ରତିବାଦ କରି ଆଜି ସାପ୍ତାହିକ ହାଟକୁ ବନ୍ଦ କରିଥିଲେ ।
ତେବେ ଗ୍ରାମବାସୀଙ୍କ ଆନ୍ଦୋଳନ କାରଣରୁ ହାଟ କରିବାକୁ ଆସିଥିବା ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଥିଲେ ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ