ଓଡିଶା

odisha

ETV Bharat / briefs

ସ୍ଥାନୀୟ ନିଯୁକ୍ତି ସହ ଜଳସେଚନ ମୋର ପ୍ରାଥମିକତା: ରୀନା ତନ୍ତୀ

ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟିକା ପ୍ରାର୍ଥୀ ରୀନା ତନ୍ତୀ ଆଗାମୀ ନିର୍ବାଚନ ନେଇ ନିଜର ମତ ରଖିଛନ୍ତି। ନିର୍ବାଚନରେ ଜିତିଲେ ଶିଳ୍ପ ପ୍ରତିଷ୍ଠାନରେ ସ୍ଥାନୀୟ ନିଯୁକ୍ତି ସହ ଜଳସେଚନ ଓ ପାନୀୟ ଜଳ ଯୋଗାଣ ଉପରେ ଅଧିକ ପ୍ରାଥମିକତା ଦେବେ ବୋଲି କହିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Apr 10, 2019, 2:47 PM IST

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟିକା ପ୍ରାର୍ଥୀ ରୀନା ତନ୍ତୀ ଆଗାମୀ ନିର୍ବାଚନ ନେଇ ନିଜର ମତ ରଖିଛନ୍ତି। ଅଗାମୀ ନିର୍ବାଚନରେ ସେ ବିଜୟୀ ହେଲେ ସେଠାରେ ଥିବା ‘ଶିଳ୍ପ ପ୍ରତିଷ୍ଠାନରେ ସ୍ଥାନୀୟ ନିଯୁକ୍ତି ସହ ଜଳସେଚନ ଓ ପାନୀୟ ଜଳ ଯୋଗାଣ ଉପରେ ଅଧିକ ପ୍ରାଥମିକତା ଦେବେ ବୋଲି କହିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏଥିସହ ରେଙ୍ଗାଲିର ସର୍ବାଙ୍ଗୀନ ଉନ୍ନତୀକରଣ ସହ ସୁପର୍ ସ୍ପେଶାଲିଟି ହସ୍ପିଟାଲ ତିଆରି କରିବା ତାଙ୍କର ଯୋଜନା ଥିବା ନେଇ ସେ କହିଛନ୍ତି। ତାଙ୍କର ସ୍ଲୋଗାନ ରହିଛି, ନୂତନ ରେଙ୍ଗାଲି ନିର୍ମାଣ ସହ ସୁପର ସ୍ପେଶାଲିଟି ହସ୍ପିଟାଲ। ଏଥର କ୍ଷମତାକୁ ଆସିଲେ ଦୀର୍ଘ ଦିନ ଧରି ଲାଗି ରହିଥିବା ପ୍ରଦୂଷଣ ସମସ୍ୟା ଦୂର କରିବେ ବୋଲି କହିଛନ୍ତି ବିଜେଡ଼ି ବିଧାୟିକା ପ୍ରାର୍ଥୀ ରୀନା ତନ୍ତୀ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details