ଓଡିଶା

odisha

ETV Bharat / briefs

ହାତୀ ଆକ୍ରମଣରେ ମହିଳା ମୃତ, ବନ କର୍ମଚାରୀ ଅଟକ - died

ଶୌଚ ପାଇଁ ଯାଇଥିବା ବେଳେ ଗୋଟିଏ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ବନ ରେଞ୍ଜର ଓ ସେମାନଙ୍କ କର୍ମଚାରୀଙ୍କ ଗାଡିକୁ ଅଟକ ରଖିଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Jun 18, 2019, 11:20 AM IST

ସମ୍ବଲପୁର: ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ରେଞ୍ଜର ବିନ୍ଧପୁର ଗାଁରେ ଏହି ଅଘଟଣ ଘଟିଛି । ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସୂଚନାନୁସାରେ ବିନ୍ଧପୁର ଗାଁର ଜଣେ ମହିଳା ଶୌଚ ପାଇଁ ଯାଇଥିବା ବେଳେ ହାତୀ ତାଙ୍କୁ ଦଳି ମାରିଦେଇଥିଲା । ଘଟଣା ସମ୍ପର୍କରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ ମଧ୍ୟ ବିଳମ୍ବରେ ପହଞ୍ଚିଥିଲା ବନ ବିଭାଗ ଅଧିକାରୀ । ଫଳରେ ଉତ୍ତ୍ୟକ୍ତ ଗ୍ରାମବାସୀ ବନ ବିଭାଗର ଗାଡିକୁ ଘେରିବା ସହ ବନ ରେଞ୍ଜର ଦୟାନିଧି ସାହୁ ଓ ଅନ୍ୟ କର୍ମଚାରୀଙ୍କୁ ଠେଲାପେଲା କରି ଅଟକ ରଖିଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ଉକ୍ତ ହାତୀଟି ଦୀର୍ଘ ସମୟ ଧରି ଏହି ଅଞ୍ଚଳରେ ବାରମ୍ବାର ତାଣ୍ଡବ କରୁଥିବା ବେଳେ ଏହାକୁ ଘଉଡାଇବାକୁ ବାରମ୍ବାର ବନବିଭାଗକୁ ଦାବି କରୁଥିଲେ ସ୍ଥାନୀୟଲୋକେ । ମାତ୍ର ବନ ବିଭାଗ ନିଷ୍କ୍ରିୟତା ଲୋକଙ୍କ ଜୀବନ ନେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅପରପକ୍ଷେ ମୃତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ସ୍ଥାନୀୟଲୋକେ ଦାବି କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details