ଓଡିଶା

odisha

ETV Bharat / briefs

ଅଯୋଧ୍ୟାରେ ସନ୍ଥଙ୍କ ବୈଠକ, ଶୀଘ୍ର ରାମ ମନ୍ଦିର ନିର୍ମାଣ ନେଇ ଦାବି

ଖୁବ ଶୀଘ୍ର ଆରମ୍ଭ ହେବ ରାମ ମନ୍ଦିର । ଅଯୋଧ୍ୟାରେ ସନ୍ଥଙ୍କ ବୈଠକରେ ମନ୍ଦିର ନିର୍ମାଣ ନେଇ ବିଶ୍ବାସ ଜିତାଇଲେ ବିଶ୍ବ ହିନ୍ଦୁ ପରିଷଦ ନେତା ।

By

Published : Jun 4, 2019, 2:22 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ବିଜେପିର ବିଜୟ ପରେ ପୁଣି ଥରେ ରାମ ମନ୍ଦିର ନିର୍ମାଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅନେକ ସାଧୁସନ୍ଥ ରାମ ମନ୍ଦିର ନିର୍ମାଣକୁ ନେଇ ଦାବି କରିଛନ୍ତି । ଏନେଇ ଅଯୋଧ୍ୟାର ମଣିରାମ ଦାସଙ୍କ ଆଶ୍ରମରେ ଏକ ବୈଠକ ବସିଥିଲା । ଯେପରି ମନ୍ଦିର ନିର୍ମାଣରେ କୌଣସି ବାଧା ନଆସେ ଓ ମନ୍ଦିର କିପରି ଶୀଘ୍ରରୁ ଅତି ଶୀଘ୍ର ନିର୍ମାଣ କରାଯିବ ସେନେଇ ସମସ୍ତ ଆଲୋଚନା ହୋଇଥିଲା । ଶେଷରେ ବିଏଚପି ନେତାମାନେ ସମସ୍ତ ସାଧୁସନ୍ଥଙ୍କୁ ଆଶ୍ବାସନା ଦେଇ କହିଥିଲେ ଯେ, ଏବେ ମନ୍ଦିର ନିର୍ମାଣରେ ଆଉ କୌଣସି ବାଧା ଉପୁଜିବନୀ କି ଡେରି ମଧ୍ୟ ହେବନି ।

ବୈଠକରେ ସନ୍ଥମାନେ କହିଛନ୍ତି ଯେ, ସବୁଆଡେ ରାମଙ୍କ ମହିମା ଅଛି । ଯେଉଁଥିପାଁଇ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟୀ ହୋଇଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଉପରେ ଏବେ ରାମ ମନ୍ଦିର ନିର୍ମାଣ ନେଇ ଚାପ ପକାଯାଉ । ଯଦି ଦରକାର ହୁଏ ସନ୍ଥଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ବସାଯାଉ । ସେପଟେ ବିଏଚପି ନେତା କହିଛନ୍ତି, ଏହି ମୁଦ୍ଦା ଉପରେ ସବୁକିଛି ଠିକ ଭାବେ ଚାଲିଛି, ଏବେ ମନ୍ଦିର ନିର୍ମାଣ ନେଇ ଲୋକଙ୍କୁ ଆଉ ଅପେକ୍ଷା କରିବାକୁ ପଡିବନି ।

ସନ୍ଥଙ୍କ ବୈଠକର ଅଧ୍ଯକ୍ଷତା କରୁଥିବା ରାମଜନ୍ମ ଭୂମି ନ୍ୟାସର ଅଧ୍ଯକ୍ଷ ମହନ୍ତ ନୃତ୍ୟ ଗୋପାଳ କହିଛନ୍ତି ଯେ, ମନ୍ଦିର ନିର୍ମାଣ ପାଇଁ ଏବେ ଅନୁକୂଳ ସମୟ । ସେଥିପାଇଁ ଭବ୍ୟ ମନ୍ଦିର ନିର୍ମାଣରେ ଡେରି କରିବା ଠିକ ହେବନି । ସେ ଆହୁରି କହିଛନ୍ତି କେବଳ ହିନ୍ଦୁ ନୁହେଁ ମୁସଲିମ ସଂପ୍ରଦାୟ ମଧ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ସହମତି ପ୍ରକାଶ କରିଛନ୍ତି । ସେଥିପାଇଁ ଯଦି ମନ୍ଦିର ଏବେ ନିର୍ମାଣ ହେବନି ତ ଆଉ କେବେ ହେବ ।

ଅନ୍ୟପଟେ ନ୍ୟାସର ବରିଷ୍ଠ ସଦସ୍ୟ ରାମବିଳାସ ବେଦାନ୍ତିଙ୍କ କହିବାନୁଯାୟୀ, ମନ୍ଦିର ନିର୍ମାକୁ ନେଇ ସନ୍ଥଙ୍କର ଏହା ପ୍ରଥମ ବୈଠକ । ଭଗବାନ ରାମଙ୍କ ଆଶୀର୍ବାଦରେ ବିଜେପିକୁ ପ୍ରଚଣ୍ଡ ବହୁମତ ମିଳିଛି । ସରକାରଙ୍କୁ ଏବେ ପ୍ରଥମ ଚରଣରେ କାଶ୍ମୀରର 370 ଓ 35(ଏ) କୁ ଉଠାଇବାକୁ ପଡିବ । ଏହାପରେ ଦ୍ବିତୀୟ ଚରଣରେ ରାମ ମନ୍ଦିର ନିର୍ମାଣ କରାଯିବା ଆବଶ୍ୟକ ।

For All Latest Updates

ABOUT THE AUTHOR

...view details