ଓଡିଶା

odisha

ETV Bharat / briefs

ରାମ ମନ୍ଦିର ପ୍ରସଙ୍ଗ: ଚାରି ମାସ ଯାଏଁ ଆନ୍ଦୋଳନ କରିବନି ଭିଏଚ୍‌ପି

ବିଶ୍ବ ହିନ୍ଦୁ ପରିଷଦ ଆଗାମୀ ଚାରିମାସ ଯାଏଁ ରାମ ମନ୍ଦିର ନିର୍ମାଣ ପାଇଁ କୌଣସି ପ୍ରକାର ଆନ୍ଦୋଳନ କରିବ ନାହିଁ ବୋଲି ସ୍ପଷ୍ଟ କରିଛି । ବିଶ୍ବ ହିନ୍ଦୁ ପରିଷଦର ଭିଏଚପିର ସହ ସାଧାରଣ ସମ୍ପାଦକ ଡ. ସୁରେନ୍ଦ୍ର ଜୈନ ଏ ନେଇ ସ୍ପଷ୍ଟ କରିଛନ୍ତି ।

By

Published : Feb 6, 2019, 9:23 AM IST

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ପାଇଁ ସାରାଦେଶରେ ଦାବି ଜୋର ଧରିଛି । ବିଭିନ୍ନ ଧାର୍ମିକ ସଂଗଠନଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ ବିକ୍ଷୋଭ କରିବା ସହ ଧାରଣର ଧମକ ସରକାରକୁ ଦେଉଛନ୍ତି । ଏପରି ସ୍ଥଳେ ବିଶ୍ବ ହିନ୍ଦୁ ପରିଷଦ ଆଗାମୀ ଚାରିମାସ ଯାଏଁ ରାମ ମନ୍ଦିର ନିର୍ମାଣ ପାଇଁ କୌଣସି ପ୍ରକାର ଆନ୍ଦୋଳନ କରିବ ନାହିଁ ବୋଲି ସ୍ପଷ୍ଟ କରିଛି । ବିଶ୍ବ ହିନ୍ଦୁ ପରିଷଦର ଭିଏଚପିର ସହ ସାଧାରଣ ସମ୍ପାଦକ ଡ. ସୁରେନ୍ଦ୍ର ଜୈନ ଏ ନେଇ ସ୍ପଷ୍ଟ କରିଛନ୍ତି ।

ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ବିଶ୍ବ ହିନ୍ଦୁ ପରିଷଦ (ଭିଏଚ୍‌ପି) କଡ଼ା ଆଭିମୁଖ୍ୟ ପୋଷଣ କରିଛି । ଭିଏଚପି ରାଜନୈତିକ ସ୍ବାର୍ଥ ହାସଲ କରିବା ଉଦ୍ଦେଶ୍ୟରେ ତଥା କୌଣସି ଏକ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରିବା ପାଇଁ ଆନ୍ଦୋଳନର କରୁଥିବା ଆରୋପକୁ ହଟାଇବା ପାଇଁ ଏପରି ନିଷ୍ପତି ନେଇଛି ବୋଲି ସୁରେନ୍ଦ୍ର କହିଛନ୍ତି । ଏହାସହ ସେ କହିଛନ୍ତି ରାମ ମନ୍ଦିର ନିର୍ମାଣ ଏକ ଧର୍ମ ସଂସଦ ଯାହାର ସିଧାସଳଖ ଭିଏଚ୍‌ପି ସହ ସମ୍ପର୍କ ରହିଛି । 1984 ମସିହାରୁ ଭିଏଚ୍‌ପି ରାମମନ୍ଦିର ନିର୍ମାଣ ପାଇଁ ଆନ୍ଦୋଳନ କରିଆସୁଛି । ରାମ ମନ୍ଦିର ନିର୍ମାଣ ମଧ୍ୟ ଭିଏଚ୍‌ପି କରିବ ବୋଲି ସେ କହିଛନ୍ତି । ଏହାକୁ ସକରାତ୍ମକ ପଦକ୍ଷେପ ବୋଲି ଦର୍ଶାଇଛନ୍ତି ସୁରେନ୍ଦ୍ର ।

ପୂର୍ବରୁ ରାମମନ୍ଦିର ପ୍ରସଙ୍ଗରେ ସଂସଦରେ ଆଇନ ଆଣିବାକୁ ଦାବି କରିଥିଲା ବିଶ୍ୱ ହିନ୍ଦୁ ପରିଷଦ । ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ହିନ୍ଦୁ ସମାଜ ଆଉ ଅଧିକ ଦିନ ଅପେକ୍ଷା କରିପାରିବ ନାହିଁ । ତେଣୁ ଏଥିପାଇଁ କ୍ଷମତାରେ ରହିଥିବା ସରକାର ବର୍ତମାନ ଆଇନ ଆଣନ୍ତୁ ଓ ମନ୍ଦିର ନିର୍ମାଣ କରନ୍ତୁ ବୋଲି ଭିଏଚପି ଦାବି କରିଥିଲା । ଏହାସହ ସାରାଦେଶରେ ରାମ ମନ୍ଦିର ନିର୍ମାଣ ଦାବିରେ ଭିଏଚପିର ସମାବେଶ ଜାରି ରହିଥିଲା ।

କିଛି ଦିନ ତଳେ ରାମ ଜନ୍ମଭୂମି-ବାବରୀ ମସଜିଦ ବିବାଦକୁ ନେଇ ମୋଦୀ ସରକାର ଏକ ବଡ ପଦକ୍ଷେପ ନେଇଥିଲେ । ଅଯୋଧ୍ୟାରେ ବିବାଦିତ ସ୍ଥଳରେ ହିନ୍ଦୁ ପକ୍ଷକାରଙ୍କୁ ଯେଉଁ ଜମି ଦିଆଯାଇଛି ତାହା ରାମଜନ୍ମଭୂମି ନ୍ୟାସଙ୍କୁ ଦିଆଯାଉ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛନ୍ତି ଏବଂ ୨.୭୭ ଏକର ଭୂମିର କିଛି ଅଂଶ ଭାରତ ସରକାରଙ୍କୁ ଦିଆଯାଉ ବୋଲି କୁହାଯାଇଥିଲା ।


ସୂଚନାଯୋଗ୍ୟ, ଅଯୋଧ୍ୟାରେ ରାମଜନ୍ମଭୂମି-ବାବରୀ ମସଜିଦ ଜମି ବିବାଦରେ ଆଖପାଖ ପାଖାପାଖି ୭୦ ଏକର ଜମି କେନ୍ଦ୍ର ସରକାରଙ୍କ ନିକଟରେ ରହିଛି । ଏଥିରୁ ୨.୭୭ଏକର ଜମିରେ ଆଲ୍‌ହାବାଦ ହାଇକୋର୍ଟ ନିଷ୍ପତ୍ତି ଶୁଣାଇଥିଲେ । ଯେଉଁ ଭୂମିରେ ବିବାଦ ରହିଛି ତାହା ସମୁଦାୟ ୦.୩୧୩ ଏକର । ସରକାରଙ୍କ କହିବା ଅନୁଯାୟୀ, ଏହି ଜମିକୁ ଛାଡି ବାକି ଜମି ଭାରତ ସରକାରଙ୍କୁ ଫେରସ୍ତ କରାଯିବା ନେଇ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇଥିଲା ।

For All Latest Updates

ABOUT THE AUTHOR

...view details