ଓଡିଶା

odisha

ETV Bharat / briefs

ଜୁନ୍‌ ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ 'ଫୁଲ ଘାଟି'

ଫୁଲ ଘାଟିର ଆଦର ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ରହିଛି । ଦେଶ-ବିଦେଶ ପର୍ଯ୍ୟଟକଙ୍କ ପାଇଁ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଘାଟି ଦୁନିଆର ଏକମାତ୍ର ଘାଟି ଯେଉଁଠାରେ ପ୍ରାକୃତିକ ଭାବେ ହିଁ 500ରୁ ଅଧିକ ପ୍ରଜାତିର ଫୁଲ ଦେଖିବାକୁ ମିଳେ ।

By

Published : May 22, 2019, 12:27 AM IST

ଫଟୋ ସୌଜନ୍ଯ: ଇଟିଭି ଭାରତ ବ୍ୟୁରୋ

ଡେରାଡୁନ୍‌: ସମୁଦ୍ରତଳରୁ 3962ମିଟର(12995 ଫୁଟ) ଉଚ୍ଚରେ 87.5ବର୍ଗ କ୍ଷେତ୍ରରେ ପରିବ୍ୟାପ୍ତ ଫୁଲ ଘାଟି 1ଜୁନ୍‌ରେ ପର୍ଯ୍ୟଟକଙ୍କ ପାଇଁ ଖୋଲି ଦିଆଯିବ । ଏନେଇ ବନ ବିଭାଗ ସାରିଛି ସମସ୍ତ ପ୍ରସ୍ତୁତି । କିନ୍ତୁ ଚଳିତବର୍ଷ ପ୍ରବଳ ତୁଷାରପାତ ଯୋଗୁଁ ପାଦଚଲା ରାସ୍ତା କ୍ଷତିଗ୍ରସ୍ତ ହୋଇଥିଲା । ତେଣୁ ବର୍ତ୍ତମାନ ଏହି ରାସ୍ତାର ମରାମତି କରାଯାଇଛି । ଏଥିସହ ବନବିଭାଗର ଏକ ଟିମ୍‌ ଘାଟିର ନିରକ୍ଷଣ କରିଛନ୍ତି ।

ଭିଡିଓ ସୌଜନ୍ଯ: ଇଟିଭି ଭାରତ ବ୍ୟୁରୋ

ଏହି ଘାଟିର ସୌନ୍ଦର୍ଯ୍ୟ ଏତେ ମନ୍ତ୍ରମୁଗ୍ଧକର ଯେ ବିଦେଶରୁ ବି ପର୍ଯ୍ୟଟକମାନେ ଏଠାକୁ ଟାଣି ହୋଇ ଆସିଥାନ୍ତି । ଦୁନିଆଁର ଏକମାତ୍ର ଘାଟି ଯେଉଁଠାରେ ପ୍ରକୃତିକ ଭାବେ ଫୁଟିଥିବା 500ରୁ ଅଧିକ ପ୍ରଜାତିର ଫୁଲ ଦେଖିବାକୁ ମିଳେ ।

ଗତବର୍ଷ ଏହି ଘାଟିକୁ ପ୍ରାୟ 14000 ପର୍ଯ୍ୟଟକ ଆସିଥିଲେ । ଏହି ଘାଟିରେ ପ୍ରବେଶ ନିମନ୍ତେ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ 150ଟଙ୍କା ପ୍ରବେଶ ଶୁଳ୍କ ଓ ବିଦେଶ ପର୍ଯ୍ୟଟକଙ୍କ ପାଇଁ 650ଟଙ୍କା ପ୍ରବେଶ ଶୁଳ୍କ ରହିଛି ।

ଖବରମୁତାବକ, ଏହି ଘାଟିକୁ ଲୋକଲୋଚନକୁ ବ୍ରିଟିଶ୍‌ ପର୍ବତରୋହୀ ଫ୍ରେଙ୍କ ସ୍ମିଥ ଆଣିଥିଲେ । ପ୍ରକୃତରେ ରାସ୍ତା ଭୁଲିଯାଇ ଏହି ଘାଟିରେ ସେ ପହଞ୍ଚିଥିଲେ ଓ ଏହାର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଏଠାରେ କିଛି ଦିନ ରହିଥିଲେ । ତାଙ୍କୁ ଏହି ଘାଟିର ସୌନ୍ଦର୍ଯ୍ୟ ଏତେ ପାଗଳ କରି ଦେଇଥିଲା ଯେ 1937ମସିହାରେ ପୁଣି ଏହି ଘାଟିକୁ ଆସିଥିଲେ । ଏହାପରେ 1938 ମସିହାରେ 'ଭ୍ୟାଲି ଅଫ୍‌ ଫ୍ଲାଓ୍ବାର୍ସ' ନାମକ ଏକ ପୁସ୍ତକ ପ୍ରକାଶ କରିଥିଲେ ସ୍ମିଥ୍‌ ।

ୟୁନେସ୍କୋ ଏହି ଘାଟୀକୁ ବିଶ୍ବ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଛି ।

ABOUT THE AUTHOR

...view details