ଓଡିଶା

odisha

ETV Bharat / briefs

ପୁଣି କେନ୍ଦ୍ରରେ ଫୁଟିଲା ପଦ୍ମ, ବିଦେଶରୁ ଛୁଟୁଛି ଶୁଭେଚ୍ଛାର ବାର୍ତ୍ତା

ଚଳିତ ନିର୍ବାଚନରେ ଭାଜପାର ବିପୁଳି ବିଜୟ ପରେ ଦେଶ ବିଦେଶରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଅଭିନନ୍ଦନ ବାର୍ତ୍ତାର ସୁଅ ଛୁଟିବାରେ ଲାଗିଛି । ଆମେରିକାଠାରୁ ଆରମ୍ଭ କରି ଇସ୍ରାଏଲ, ଚୀନ, ପାକିସ୍ତାନ, ଆଫଗାନିସ୍ତାନ, ନେପାଳ, ଋଷ ସମେତ ଅନେକ ଦେଶ ଶୁଭେଚ୍ଛା ଜ୍ଞାପନ କରିଛନ୍ତି  ।

By

Published : May 24, 2019, 8:47 PM IST

ଡିଜାଇନ ଫଟୋ

ଓ୍ବାଶିଂଟନ୍‌: ଲୋକସଭା ଫଳାଫଳ ବାହାରିବା ପରେ ଦେଶରେ ମୋଦିଙ୍କ ଯାଦୁ ଦେଖିବାକୁ ମିଳିଛି । ନରେନ୍ଦ୍ର ମୋଦି ପୂର୍ଣ୍ଣ ଗରିଷ୍ଠତା ହାସଲ କରି ପୁଣି 2ୟଥର ପାଇଁ ସରକାର ଗଢିବାକୁ ଯାଉଛନ୍ତି । ଏନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦିଙ୍କୁ ଟ୍ବିଟ କରି ଅଭିନନ୍ଦନ ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@realDonaldTrump

ଟ୍ରମ୍ପ ଟ୍ବିଟ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କର ବିଜେପି ପାର୍ଟିର ମହାବିଜୟ ପାଇଁ ଅଭିନନ୍ଦନ । ମୋଦି ପୁଣି ଶାସନକୁ ଆସିଲା ପରେ ଭାରତ-ଆମେରିକା ମଧ୍ୟରେ ବର୍ତ୍ତମାନ ଆହୁରି ମହାନ୍‌ କାର୍ଯ୍ୟ ହେବ । ଏଥିସହ 2ଦେଶ ମଧ୍ୟରେ ଚାଲିଥିବା ଜରୁରୀ କାର୍ଯ୍ୟ ସବୁ ଜାରି ରଖିବା ପାଇଁ ତତ୍ପର ରହିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@netanyahu
ଏଥିସହ ଆମେରିକା କଂଗ୍ରେସ୍ ବିଦେଶ ସମିତି ଚେୟାରମ୍ୟାନ ଇଲିୟଟ ଏଲଏଙ୍ଗେଲ ବି ମୋଦିଙ୍କ ସହ ଭାରତୀୟ ନାଗରିକଙ୍କୁ ଅଭିନ୍ଦନନ୍ଦନ ଜଣାଇଛିନ୍ତି ।

ତେବେ ମୋଦିଙ୍କ ବିଶାଳ ବିଜୟ ପାଇଁ ଇସ୍ରାଏଲ, ଚୀନ, ପାକିସ୍ତାନ, ଆଫଗାନିସ୍ତାନ, ନେପାଳ, ଋଷ ସମେତ ଅନେକ ଦେଶ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ@ImranKhanPTI

For All Latest Updates

ABOUT THE AUTHOR

...view details