ସମ୍ବଲପୁର: ଆସନ୍ତା 23 ତାରିଖରେ ଚଳିତ ନିର୍ବାଚନର ଭୋଟ ଗଣତି ହେବ। ଏଥିପାଇଁ ସମ୍ଵଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି । ଭୋଟ ଗଣତି ପାଇଁ ନିୟୋଜିତ ହେଉଥିବା କର୍ମଚାରୀଙ୍କୁ ଗତ 16 ତାରିଖରୁ ଦୀର୍ଘ 4 ଦିନ ଧରି ତାଲିମ ଦିଆଯାଉଛି ।
ଭୋଟ ଗଣତି ପାଇଁ ସମ୍ବଲପୁର ଜିଲ୍ଲାପ୍ରଶାସନର କସରତ
ଆସନ୍ତା 23 ତାରିଖ ଭୋଟ ଗଣତି ପାଇଁ ସମ୍ଵଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ ନିୟୋଜିତ କର୍ମଚାରୀଙ୍କୁ ଗତ 16 ତାରିଖରୁ ଦୀର୍ଘ 4 ଦିନ ଧରି ତାଲିମ ଦିଆଯାଉଛି।
ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
ତେବେ ଲୋକସଭା ପୋଷ୍ଟାଲ ଭୋଟ କାଉଣ୍ଟିଙ୍ଗ ପାଇଁ ସ୍ୱତନ୍ତ୍ର ତାଲିମର ବ୍ୟବସ୍ଥା କରାଯାଇଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ 38 ରାଉଣ୍ଡ, ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ 34 ରାଉଣ୍ଡ, ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ 27 ରାଉଣ୍ଡ ଓ ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ 36ଟି ରାଉଣ୍ଡରେ ଭୋଟ ଗଣତି ହେବ । ସେହିପରି ଚଳିତ ବର୍ଷ ଇଭିଏମ ଓ ଭିଭିପାଟର ଗଣତି ପାଇଁ ପ୍ରାୟ 20 ଘଣ୍ଟା ସମୟ ଲାଗିବ ବୋଲି ସମ୍ଵଲପୁର ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ