ଓଡିଶା

odisha

ETV Bharat / briefs

ଧୋକା ଦେଲା ବିଜୁଳି; ବହୁ ଟ୍ରେନ ବାତିଲ, ଯାତ୍ରୀ ହନ୍ତସନ୍ତ

ସାମୁଦ୍ରିକ ଝଡ ଫନି ପାଇଁ କିଛିଦିନ ଧରି ଟ୍ରେନ ବାତିଲ ଥିବା ବେଳେ ଆଜି ପୁଣି ଥରେ ବିଜୁଳି ଯୋଗାଣରେ ତ୍ରୁଟି ଯୋଗୁଁ ଟ୍ରେନ ବାତିଲ ହୋଇଛି । ଫଳରେ ଟ୍ରେନଯାତ୍ରୀଙ୍କ ସମସ୍ୟା କମିବା ପରିବର୍ତ୍ତେ ବଢିବାରେ ଲାଗିଛି ।

By

Published : May 14, 2019, 1:26 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଗତ କିଛିଦିନ ତଳେ ସାମୁଦ୍ରିକ ଝଡ ଫନି ପାଇଁ ଅନେକ ଟ୍ରେନ ବାତିଲ ହୋଇଥିବା ବେଳେ କିଛି ଟ୍ରେନର ଗତିପଥ ବଦଳାଯାଇଥିଲା । ଯଦ୍ବାରା ଲୋକେ ନାହିଁ ନଥିବା ସମସ୍ୟା ଭୋଗିଲେ । ତେବେ ଆଜି ପୁଣିଥରେ ପଶ୍ଚିମବଙ୍ଗର ବାଖ୍ରାବାଦ ଠାରେ ବିଦ୍ୟୁତ ସରବରାହ ତ୍ରୁଟି ଯୋଗୁଁ ଟ୍ରେନ ଚଳାଚଳା ବାଧାପ୍ରାପ୍ତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଫଳରେ ଅନେକ ଗୁଡିଏ ଟ୍ରେନକୁ ବାତିଲ କରିଛନ୍ତି କର୍ତ୍ତୁପକ୍ଷ । ବହୁ ପାସେଞ୍ଜର ଟ୍ରେନ ସହ ଦ୍ରୁତଗାମୀ ଟ୍ରେନ ବାତିଲ ହୋଇଥିବାରୁ ଶହଶହ ସଂଖ୍ୟାରେ ଯାତ୍ରୀ ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଏନେଇ କଣ କହୁଛନ୍ତି ଯାତ୍ରୀ କଣ ରହିଛି ସେମାନଙ୍କ ଅସୁବିଧା ? ସେନେଇ ଯାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଆମ ବାଲେଶ୍ବର ସମ୍ବାଦଦାତା ଜୀବନ ଜ୍ୟୋତି ନାୟକ ।

ABOUT THE AUTHOR

...view details