ଓଡିଶା

odisha

ETV Bharat / briefs

ଓଡିଶାରେ ମୋଦି ଓ ଲକ୍ଷ୍ନୌରେ ରାଜନାଥଙ୍କ ରୋଡ ସୋ

ଆଜି(ମଙ୍ଗଳବାର) ସନ୍ଧ୍ୟାରେ ଶେଷ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ରାଜଧାନୀ ଭୁବନେଶ୍ବର ଏବଂ ସମ୍ବଲପୁରରେ ରାଲି କରିବେ। ସେହିପରି ଉତ୍ତରପ୍ରଦେଶରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଲକ୍ଷ୍ନୌରେ ନାମାଙ୍କନ ଦାଖଲ କରି ରୋଡ ସୋ କରିବେ।

By

Published : Apr 16, 2019, 10:17 AM IST

ଫଟୋ ସୌଜନ୍ୟ: ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜି(ମଙ୍ଗଳବାର) ସନ୍ଧ୍ୟାରେ ଶେଷ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର। 13 ରାଜ୍ୟର 97ଟି ସିଟ୍ ପାଇଁ ଆସନ୍ତା ଏପ୍ରିଲ 18 ତାରିଖରେ 2ୟ ପର୍ଯ୍ୟାୟ ନିର୍ବାଚନୀ ମତଦାନ ହେବ। ଏହି ପରିପ୍ରେକ୍ଷୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ରାଜଧାନୀ ଭୁବନେଶ୍ବର ଏବଂ ସମ୍ବଲପୁରରେ ରାଲି କରିବେ। ଏଥିସହିତ ମୋଦି ଭୁବନେଶ୍ବର ଏୟାରପୋର୍ଟରୁ ବରମୁଣ୍ଡା ରାଲି ପର୍ଯ୍ୟନ୍ତ ଏକ ରୋଡ ସୋ' କରିବେ।

ସେହିପରି ଉତ୍ତରପ୍ରଦେଶରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଲକ୍ଷ୍ନୌରେ ନାମାଙ୍କନ ଦାଖଲ କରିବେ। ଏହାସହିତ ସେ ମଧ୍ୟ ଏକ ବଡଧରଣର ରୋଡ ଶୋ' ର ଆୟୋଜନ କରିବେ। ତେବେ ୟୁପି ରାଜନୀତିରେ ମଙ୍ଗଳବାର ନଜରେ ସୁହେଲଦେବ ଦଳର ଓମ ପ୍ରକାଶ ରାଜଭରରେ ମଧ୍ୟ ରହିବେ। ସେ ନିର୍ବାଚନରେ ନିଜର 25 ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇବା ନେଇ ନିଷ୍ପତ୍ତି ନେଇପାରନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ସକାଳ ପାଖାପାଖି 9.30ରେ ବିଜେପି ପ୍ରଦେଶ କାର୍ଯ୍ୟାଳୟରେ ପହଞ୍ଚି ଦଳୀୟ ନେତାଙ୍କୁ ଭେଟିବେ। 10ଟାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ ଏବଂ 10.30ରେ ଦଳୀୟ କାର୍ଯ୍ୟାଳୟରୁ ତାଙ୍କ ରୋଡ ସୋ ଆରମ୍ଭ ହେବ। ଏହା ପରେ ନିଜ ସମର୍ଥକ ଓ କର୍ମକର୍ତ୍ତାଙ୍କ ସହ 11.50ରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ନିଜ ନାମାଙ୍କନ ଦାଖଲ କରିବେ । ତେବେ ତାଙ୍କ ସହିତ ମୋହନ ଲାଲଗଞ୍ଜର ଲୋକସଭା ପ୍ରାର୍ଥୀ କୌଶଲ କିଶୋର ନିଜ ନାମାଙ୍କନ ଦାଖଲ କରିବେ।

ଅପରପକ୍ଷେ ମଙ୍ଗଳବାର ରାହୁଲ ଗାନ୍ଧୀ ପତନମଥିଟ୍ଟା ଲୋକସଭା ଅଞ୍ଚଳରେ ନିର୍ବାଚନୀ ପ୍ରଚାର କରିବେ। ଏପ୍ରିଲ 17 ତାରିଖରେ ସେ ନିଜ ନିର୍ବାଚନୀ ଅଞ୍ଚଳ ୱାୟନାଡରେ ରହିବେ।

ABOUT THE AUTHOR

...view details