ନୂଆଦିଲ୍ଲୀ: ଗତ ରବିବାରରୁ 7ଦିନିଆ ଦିଲ୍ଲୀଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ଦଳର ନବନିର୍ବାଚିତ ସାଂସଦଙ୍କୁ ମୋଦିଙ୍କ ସହ ପରିଚିତ ମଧ୍ୟ କରାଇବେ ।
ଏହାସହ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ । ବର୍ଷବର୍ଷ ଧରି ରାଜ୍ୟର ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଅଟକି ରହିଥିବା ବେଳେ ଏହିସବୁ ପ୍ରସଙ୍ଗ ମୋଦିଙ୍କ ଦୃଷ୍ଟି ଆର୍କଷଣ କରିବାର କାର୍ଯ୍ୟକ୍ରମ ରହିଛି । ଗତ ମାସରେ ରାଜ୍ୟରେ ତାଣ୍ଡବ ରଚିଥିବା ସାମୁଦ୍ରିକ ଝଡ ଫନିରେ ହୋଇଥିବା କ୍ଷୟକ୍ଷତି ପାଇଁ ମଧ୍ୟ ଅଧିକ ଅନୁଦାନ ଦାବି କରିପାରନ୍ତି ନବୀନ ।