ଓଡିଶା

odisha

ETV Bharat / briefs

ଟିକଟକ କରି ଚାକିରିରୁ ହାତ ଧୋଇଲେ ମହିଳା ସହାୟିକା - women worker suspend

ଏସସିବି ମେଡିକାଲରେ ଟିକଟକ ଭିଡିଓ କରି ଚାକିରିରୁ ନିଲମ୍ବିତ ହେଲେ ମହିଳା ସହାୟିକା । ମେଡିକାଲରେ ଅସହାୟ ରୋଗୀଙ୍କ ପାଇଁ କାର୍ଯ୍ୟ କରୁଥିବା ଏଜେନସି ତାଙ୍କୁ ନିଲମ୍ବିତ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Jul 3, 2019, 12:00 AM IST


କଟକ: ଏସସିବି ମେଡିକାଲରେ ଟିକଟକ ଭିଡିଓ ଭାଇରାଲ ଘଟଣା । ଭିଡିଓ କରିଥିବା ମହିଳା ସହାୟିକା ପାର୍ବତୀ ସାମଲଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ମେଡିକାଲରେ ଅସହାୟ ରୋଗୀଙ୍କ ପାଇଁ କାର୍ଯ୍ୟ କରୁଥିବା ଏଜେନସି ତାଙ୍କୁ ନିଲମ୍ବିତ କରିଛି ।

ହସ୍ପିଟାଲରେ ଏଭଳି କାର୍ଯ୍ୟକୁ ସାଧାରଣ ନିନ୍ଦା କରାଯାଉଥିବାବେଳେ ଏସସିବି ମେଡିକାଲ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ଏଥିପାଇଁ ଏକ ତିନି ଜଣିଆ କମିଟି ଗଠନ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ପୂର୍ବରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁ ନର୍ସମାନଙ୍କ ଟିକଟକ ଭିଡିଓ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏସଏନସିୟୁ ଭିତରେ ନର୍ସମାନେ ଚିକିତ୍ସାଧୀନ ପିଲାମାନଙ୍କୁ ନେଇ ଭିଡିଓ କରିଥିଲେ । ଭିଡିଓ କରିବାର ନିଶା ଏମିତି ଥିଲା ଯେ, ଚିକିତ୍ସାଧୀନ ପିଲାମାନଙ୍କୁ ବେଡରୁ ଉଠାଇ ହାତରେ ଧରି ଭିଡିଓ ସୁଟିଂ କରିଥିଲେ । ଏହାପରେ କଟକ ଏସସିବି ମେଡିକାଲରେ ଟିକଟକ ଭିଡିଓ ଭାଇରାଲ ଘଟଣା ସାମନାକୁ ଆସିଥିଲା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details