ଓଡିଶା

odisha

ETV Bharat / briefs

ଲାଞ୍ଜିପଲ୍ଲୀ ତାରା ଦେବୀ ଠାକୁରାଣୀ ଯାତ୍ରା ଆରମ୍ଭ, ଚାଙ୍ଗୁବାଦ୍ୟରେ କମ୍ପିଲା ସହର

ଲାଞ୍ଜିପଲ୍ଲୀସ୍ଥିତ ମାଆ ତାରା ଦେବୀ ଠାକୁରାଣୀ ବ୍ରହ୍ମପୁର ସହରର ଅନ୍ୟତମ ଆକର୍ଷଣ । ଚଳିତବର୍ଷ ଏହି ମା'ଙ୍କ ଯାତ୍ରା ରୀତିନୀତିରେ ଆରମ୍ଭ ହୋଇଯାଇଛି ।

By

Published : May 21, 2019, 12:04 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଲାଞ୍ଜିପଲ୍ଲୀସ୍ଥିତ ମାଆ ତାରା ଦେବୀ ଠାକୁରାଣୀଙ୍କ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି । 21ବର୍ଷ ହେଲା ଏହି ଯାତ୍ରା ପ୍ରତିବର୍ଷ ପାଳନ କରାଯାଇ ଆସୁଛି । ଚଳିତ ବର୍ଷ ମା'ଙ୍କର ଏହି ଯାତ୍ରା ଦୀର୍ଘ ୨୩ ଦିନ ଧରି ଆୟୋଜିତ ହେବ । ଏନେଇ ପ୍ରଶାସନ ପକ୍ଷରୁ ଯାତ୍ରା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର


ସୂଚନାମୁତାବକ, ଯାତ୍ରା ପରିଚାଳନା କମିଟିର ସଦସ୍ୟମାନେ ମାଙ୍କ ମୁଖ୍ୟ ପୀଠକୁ ଯାଇ ମାଙ୍କୁ ନିମନ୍ତ୍ରଣ କରିଥିଲେ । ଏହା ପରେ ମୁଖ୍ୟପୀଠରୁ ଆଜ୍ଞାମାଳ ମିଳିବା ପରେ ପଟୁଆର ଚାଙ୍ଗକୁ ଚାଙ୍ଗୁବାଦ୍ୟ ସହ ବିରାଟ ଶୋଭାଯାତ୍ରାରେ ମାଆଙ୍କୁ ପାଛୋଟି ଅଣାଯାଇଥିଲା । ଏହାପରେ ବିରାଟ ଶୋଭାଯାତ୍ରାରେ ସ୍ଥାନୀୟ ଅଞ୍ଚଳରେ ପରିକ୍ରମା କରିବା ସହ ମାଙ୍କୁ ଅସ୍ଥାୟୀ ମନ୍ଦିରରେ ସ୍ଥାପନ କରାଯାଇଛି । ଏଥିସହ ଆରମ୍ଭ ହୋଇଯାଛି ମାଙ୍କର ପାରମ୍ପରିକ ରୀତିନୀତିରେ ସମସ୍ତ ପୂଜାର୍ଚ୍ଚନା ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details