ଓଡିଶା

odisha

ETV Bharat / briefs

ଆତଙ୍କବାଦୀ ଆକ୍ରମଣ: ସିଆରପିଏଫ୍‌ କ୍ୟାମ୍ପରେ ଗ୍ରେନେଡ୍‌ ମାଡ - attack

ତ୍ରାଲ ସ୍ଥିତ ସିଆରପିଏଫର 180 ବାଟାଲିୟନ କ୍ୟାମ୍ପରେ ଆତଙ୍କବାଦୀମାନଙ୍କ ଗ୍ରେନେଡ୍‌ ମାଡ। ସୁରକ୍ଷାବଳ ପକ୍ଷରୁ କ୍ରମାଗତ ଭାବେ ଫାୟାରିଂ ଜାରି।

ପ୍ରତାକାତ୍ମକ ଫଟୋ

By

Published : May 31, 2019, 5:27 PM IST

ଶ୍ରୀନଗର: ଜମ୍ମୁ-କଶ୍ମମୀରର ତ୍ରାଲ ଠାରେ ଆତଙ୍କବାଦ ଆକ୍ରମଣ। ସିଆରପିଏଫ୍‌ କ୍ୟାମ୍ପରେ ଗ୍ରେନେଡ୍‌ ମାଡ କରିଥିବା ସୂଚନା ମିଳିଛି ।

ଖବରମୁତାବକ, ଶୁକ୍ରବାର ଦିନ ସିଆରପିଏଫର 180 ବାଟାଲିୟନ କ୍ୟାମ୍ପରେ ଆତଙ୍କବାଦୀ ଗ୍ରେନେଡ୍‌ ମାଡ କରିଛନ୍ତି । ମିଳିଥିବା ସୂଚନାନୁସାରେ ଏବେ ବି କ୍ୟାମ୍ପର ଆଖପାଖ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଛନ୍ତି । ବର୍ତ୍ତମାନ ସୁରକ୍ଷାବଳ ପକ୍ଷରୁ କ୍ରମାଗତ ଭାବେ ଫାୟରିଂ ଜାରି ରହିଛି।

ସୂଚନାଥାଉକି, ଗତ 14 ଫେବୃଆରୀରେ ପୁଲଓ୍ବାମା ଠାରେ ସିଆରପିଏଫ୍‌ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ପ୍ରାୟ 40ଜଣ ଯବାନ ଶହୀଦ ହୋଇଥିଲେ।

ABOUT THE AUTHOR

...view details