ଓଡିଶା

odisha

ETV Bharat / briefs

ଶ୍ରୀଲଙ୍କା ପରେ ଭାରତ ଉପରେ ଆତଙ୍କବାଦୀଙ୍କ ନଜର

ଶ୍ରୀଲଙ୍କାରେ ବୋମା ବିସ୍ଫୋରଣ ଏବଂ ନ୍ୟୁଜିଲାଣ୍ଡ ଧାର୍ମିକ ସ୍ଥଳରେ ଗୁଳିକାଣ୍ଡ ପରେ ଭାରତରେ ଆତଙ୍କି ଆକ୍ରମଣ ନେଇ ଯୋଜନା ପ୍ରସ୍ତୁତ କରାଯାଉଛି । ଗୁଇନ୍ଦା ବିଭାଗ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି । ଏହା ପରେ ଗୃହମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ସମେତ ରାଜ୍ୟର ସମସ୍ତ ପୋଲିସ କର୍ମୀଙ୍କୁ ସତର୍କ ରହିବାକୁ ଚିଠି ଜାରି କରାଯାଇଛି ।

By

Published : May 2, 2019, 4:47 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଈଷ୍ଟର ଦିନ ଆତଙ୍କୀ ଆକ୍ରମଣ ପରେ ଏବେ ଭାରତରେ ଆତଙ୍କୀ ଆକ୍ରମଣ ନେଇ ସୂଚନା ମିଳିଛି । ଗୁଇନ୍ଦା ବିଭାଗ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି । ଏହା ପରେ ଗୃହମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ସମେତ ରାଜ୍ୟର ସମସ୍ତ ପୋଲିସ କର୍ମୀଙ୍କୁ ସତର୍କ ରହିବାକୁ ଚିଠି ଜାରି କରାଯାଇଛି । ଭାରତର ବିଭିନ୍ନ ଧାର୍ମିକସ୍ଥଳ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନରେ ଆତଙ୍କବାଦୀଙ୍କ ନଜର ରହିଛି ।

ଏନେଇ କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ ଏସସିଏଲ ଦାସ ରାଜ୍ୟର ସମସ୍ତ ପୋଲିସ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି । ଉକ୍ତ ଚିଠିରେ ଲେଖାଯାଇଛି, ଶ୍ରୀଲଙ୍କାରେ ବୋମା ବିସ୍ଫୋରଣ ଏବଂ ନ୍ୟୁଜିଲାଣ୍ଡ ଧାର୍ମିକ ସ୍ଥଳରେ ଗୁଳିକାଣ୍ଡ ପରେ ଭାରତରେ ଆତଙ୍କି ଆକ୍ରମଣ ନେଇ ଯୋଜନା ପ୍ରସ୍ତୁତ କରାଯାଉଛି । ବିଶେଷ କରି ଧାର୍ମିକସ୍ଥଳୀ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନରେ ଆକ୍ରମଣ ନେଇ ସୂଚନା ମିଳିଛି । ଏଭଳି ପରିସ୍ଥିତରେ ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ସେମାନଙ୍କ ଉପରେ କଡା ନଜର ରଖିବାକୁ ଗୁଇନ୍ଦା ବିଭାଗ ସତର୍କ କରାଇ ଦେଇଛି । ଗୁଇନ୍ଦା ବିଭାଗ ଓ ଅପରେସନ୍‌ ୟୁନିଟ୍‌କୁ ମିଳିତ ଭାବରେ କାମ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

ଅପରପକ୍ଷେ ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କୁ ମଧ୍ୟ ଚିଠି ଲେଖାଯାଇଛି । ଏହା ପରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ରାଜଧାନୀ ବିଭିନ୍ନ ସ୍ଥାନରେ ବ୍ୟାରିକେଡ଼୍‌ କରାଯାଇ ଗାଡ଼ିଗୁଡ଼ିକୁ ଚେକିଂ କରାଯାଉଛି ।

ABOUT THE AUTHOR

...view details