ଓଡିଶା

odisha

ETV Bharat / briefs

ବିଦେଶରେ ଫଶିଛନ୍ତି ମା', ସ୍ବଦେଶ ଆଣିବାକୁ ବୈଦେଶିକ ମନ୍ତ୍ରୀଙ୍କୁ ଝିଅର ଗୁହାରି

ବିଦେଶରେ ଫଶିଥିବା ମା' କୁ ଫେରାଇ ଆଣିବାକୁ ବୈଦେଶିକ ମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି ଝିଅ । ଚାକିରୀ କରିବାକୁ ଯାଇ ତାଙ୍କ ମା ବିଦେଶରେ ଫଶିଥିବା ତାଙ୍କ ଝିଅ କହିଛନ୍ତି ।

By

Published : Apr 30, 2019, 2:38 PM IST

ଫଟୋ ସୌଜନ୍ୟ: ଏଏନଆଇ@ଟ୍ବିଟର

ହାଇଦ୍ରାବାଦ: ବିଦେଶରୁ ମା'କୁ ଫେରାଇ ଆଣିବାକୁ ଝିଅର ଗୁହାରି । ଏହି ଗୁହାରି ହାଇଦ୍ରାବାଦର ସାହେଦା ବେଗମଙ୍କ ଝିଅ ସାୟିଦା ଫାତିମା କରିଛନ୍ତି । ସାୟିଦାଙ୍କ ମା' ଦୁବାଇରେ ଚାକିରୀ କରିବାକୁ ଯାଇ ମାନବ ଚାଲାଣର ଶିକାର ହୋଇଛନ୍ତି । ଫଳରେ ନିଜ ମା'ଙ୍କୁ ଫେରାଇ ଆଣିବାକୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ସେ ଅନୁରୋଧ କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ@ଟ୍ବିଟର

ସାୟିଦାଙ୍କ କହିବାନୁଯାୟୀ, ତାଙ୍କ ମା'ଙ୍କୁ ଦୁବାଇରେ 20 ହଜାର ଟଙ୍କା ଦରମାରେ ଏକ ଚାକିରୀ ମିଳିଥିଲା । ତେବେ ଏଜେଣ୍ଟ ଭରସାରେ ସାହେଦା 29 ନଭେମ୍ବର 2018ରେ ଦୁବାଇ ପାଇଁ ବାହାରିଥିଲେ । ସେଠାରେ ସେ ପହଞ୍ଚିବା ପରେ ତାଙ୍କୁ କିଛି ଦିନ ପର୍ଯ୍ୟନ୍ତ ଦୁବାଇର ଏକ କାର୍ଯ୍ୟାଳୟରେ ରଖାଯାଇଥିଲା । ପରେ ସଡକ ପଥ ମାଧ୍ୟମରେ ଓମାନ ପଠାଇ ଦିଆଯାଇଥିଲା ।

ABOUT THE AUTHOR

...view details