ଓଡିଶା

odisha

ETV Bharat / briefs

ଜୈଶକୁ କଡା ଶାସ୍ତି ଦେବା ପାଇଁ କାର୍ଯ୍ୟାନୁଷ୍ଠାନ ନେଇଛୁ : ସୁଷମା ସ୍ବରାଜ - pulwama

ଚୀନର ୱୁଜେନ ସହରରେ ଋଷ-ଭାରତ-ଚୀନର ବୈଦେଶିକ ମନ୍ତ୍ରୀ ପରିଷଦର 16ତମ ଅଧିବେଶନ ଅନୁଷ୍ଠିତ ହେଇଛି । ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ବାଲାକୋଟରେ ବାୟୁସେନାର କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିକ୍ରିୟା ରଖିଛନ୍ତି ।

ଫଟୋ ସୌଜନ୍ୟ: ଏନଆଇ

By

Published : Feb 27, 2019, 7:04 PM IST

ନୂଆଦିଲ୍ଲୀ: ଚୀନର ୱୁଜେନ ସହରରେ ଋଷ-ଭାରତ-ଚୀନର ବୈଦେଶିକ ମନ୍ତ୍ରୀ ପରିଷଦର 16ତମ ଅଧିବେଶନ ଅନୁଷ୍ଠିତ ହେଇଛି । ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ବାଲାକୋଟରେ ବାୟୁସେନାର କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିକ୍ରିୟା ରଖିଛନ୍ତି । ଏହି ବୈଠକରେ ସୁଷମା ଆତଙ୍କବାଦ ପ୍ରସଙ୍ଗ ରଖିଛନ୍ତି । ଏହାସହ ଆତଙ୍କବାଦ ସାରା ମାନବ ସଭ୍ୟତା ପାଇଁ ବିପଦ ବୋଲି ସେ କହିଛନ୍ତି । ଏଥି ପାଇଁ କେବଳ କିଛି ଦେଶର ରଣନୀତି ନୁହେଁ ବିଶ୍ବ ସମୂହକୁ ନେଇ ଏକ ବୈଷୟିକ ରଣନୀତି ଆବଶ୍ୟକ ।

ସେ କହିଛନ୍ତି ଯେ, ଆତଙ୍କବାଦର ଦମନ ପାଇଁ ବିଶ୍ବସ୍ତରୀୟ ରଣନୀତି ପ୍ରସ୍ତୁତ କରିବା ଆବଶ୍ୟକ ଅଟେ । ଏଥି ପାଇଁ ବିଶ୍ବସମୂହର ସହଭାଗିତା ଓ ସହଯୋଗିତା ଆବଶ୍ୟକ ବୋଲି ସେ କହିଛନ୍ତି ।

ଏହାସହ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନକୁ ନେଇ ସେ କହିଛନ୍ତି ଯେ, ଏହା କୌଣସି ପ୍ରକାର ସେନା ଅପରେସନ ନୁହେଁ । ଏହା ଜୈଶ-ଏ-ଅହମ୍ମଦ ଉପରେ ଏକ କାର୍ଯ୍ୟାନୁଷ୍ଠାନ ଥିଲା । ଭାରତ ଦାୟିତ୍ବବୋଧତା ଏବଂ ସଂଯମତା ସହ କାମ କରିବା ଜାରି ରଖିଛି । ଜୈଶ ଭାରତ ବିରୋଧରେ ଆହୁରି ଷଡଯନ୍ତ୍ର କରୁଥିଲା । ଫଳରେ ଏହାକୁ ଉଚିତ ଶିକ୍ଷା ଦେବା ପାଇଁ ଭାରତ ଆକ୍ରମଣ କରିଛି ।

ସେ ଆହୁରି କହିଛନ୍ତି ଯେ, ଭାରତ ଏବଂ ଚୀନର ସମ୍ପର୍କ ଦୁଇ ଦେଶ ପାଇଁ ମହତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହେଇଥିବା ଆଲୋଚନା ପରେ ଦୁଇ ଦେଶର ସମ୍ପର୍କରେ ବହୁତ ସୁଧାର ଆସିଛି ।

ଏହାସହ ଜାତିସଂଘ ସାଧାରଣ ପରିଷଦରେ ଆନ୍ତର୍ଜାତୀୟ ଆତଙ୍କବାଦ ଉପରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ବା ସିସିଆଇଟି ଉପରେ ବୁଝାମଣା ପ୍ରସ୍ଥାବ ରହିଛି । ପ୍ରସ୍ଥାବିତ ଏହି କାର୍ଯ୍ୟାନୁଷ୍ଠାନ ଦ୍ବାରା ଆତଙ୍କବାଦୀଙ୍କୁ ଦଣ୍ତ ଦେବା ଉପରେ ଜାତିସଂଘ ସଦସ୍ୟ ରାଷ୍ଟ୍ରମାନେ ଏକ ଆଇନଗତ ନୀତି ପ୍ରଣୟନ କରିବେ । ଏହି ପ୍ରସ୍ଥାବକୁ ଭାରତ ୟୁଏନ ପାଖରେ ରଖିଥିଲା । ଏହାକୁ ଅନ୍ତିମ ରୂପ ଦେବା ପାଇଁ ଚର୍ଚ୍ଚା ଜାରି ରହିଥିବା ସେ କହିଛନ୍ତି ।

For All Latest Updates

ABOUT THE AUTHOR

...view details