ଓଡିଶା

odisha

ETV Bharat / briefs

ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତିକୁ ବିରୋଧ, ତେଜିଲା ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ - decision

ସେମିଷ୍ଟାର ପରୀକ୍ଷାର ଅବଧି ସମୟସୀମା ନେଇ ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇଲେ ପ୍ରହଲ୍ଲାଦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ । ପ୍ରାୟ 1 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରି ଚାଲିଥିଲା ଏହି ଆନ୍ଦୋଳନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Apr 23, 2019, 8:04 AM IST

କଟକ: ନିଶ୍ଚିନ୍ତକୋଇଲି ପଞ୍ଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ରାୟ 1 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରି ଏହି ଆନ୍ଦୋଳନ ଚାଲିଥିଲା । ପ୍ରତିବର୍ଷ କଲେଜରେ ହେଉଥିବା ସେମିଷ୍ଟାର ପରୀକ୍ଷାର ଅବଧି ଅତି କମ୍ ରେ 6 ମାସ ବ୍ୟବଧାନ ଥିବା ବେଳେ ଚଳିତ ବର୍ଷ 3 ମାସ ଭିତରେ ଏହି ସେମିଷ୍ଟାର ପରୀକ୍ଷା କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଯାହାକୁ ନେଇ ଛାତ୍ରଛାତ୍ରୀମାନେ ଚିନ୍ତିତ । ଏତେ କମ ସମୟରେ ପାଠ ପଢି ପରୀକ୍ଷା ଦେବା ସମ୍ଭବପର ନୁହେଁ ବୋଲି ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀମାନେ । ତେଣୁ ନିଷ୍ପତ୍ତି ପରିବର୍ତ୍ତନ କରିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ଛାତ୍ରଛାତ୍ରୀ । ଘଟଣାସ୍ଥଳରେ ନିଶ୍ଚିନ୍ତକୋଇଲି ପୋଲିସ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା ।

ଏହି ଘଟଣା ବାବଦରେ କଲେଜର ଅଧ୍ୟକ୍ଷ ଏକ ଲିଖିତ ଅଭିଯୋଗ ଉଚ୍ଚ ଶିକ୍ଷା ବିଭାଗଙ୍କୁ ଅବଗତ ପାଇଁ ପଠାଇଥିଲେ । ତେବେ ଏହି ଆନ୍ଦୋଳନ କେବଳ ନିଶ୍ଚିନ୍ତକୋଇଲି ନୁହେଁ ସମଗ୍ର ରାଜ୍ୟର କଲେଜ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଖିଳ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details