ଓଡିଶା

odisha

ETV Bharat / briefs

ନିୟମକୁ ଫୁ, ପାଠପଢ଼ା ବେଳେ ସ୍କୁଲଛାତ ସଫାରେ ବ୍ୟସ୍ତ ଛାତ୍ର

ଲମତାଗୁଡା ଅଞ୍ଚଳରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢାଇବା ବଦଳରେ ବିଦ୍ୟାଳୟର ଛାତ ସଫା କଲେ ଛାତ୍ର ।

By

Published : Jul 2, 2019, 10:48 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି


ମାଲକାନଗିରି: ପାଠ ପଢ଼ିବା ବଦଳରେ ବିଦ୍ୟାଳୟର ଛାତ ସଫା କଲେ ଛାତ୍ର । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଉପାନ୍ତ ମାଲକାନଗିରି ଖଇରପୁଟ ବ୍ଲକ ଲମତାଗୁଡା ଅଞ୍ଚଳରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଖଇରପୁଟ ସଦର ବ୍ଲକ ଅଧୀନସ୍ତ ଏହି ଗ୍ରାମ ନିକଟରେ ବ୍ଲକ କାର୍ଯ୍ୟାଳୟ, ତହସିଲ ଅଫିସ ସହ ପୋଲିସ ଥାନା ରହିଛି । ହେଲେ ପାଠ ପଢିବା ସମୟରେ ଛାତ୍ରଙ୍କୁ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରାଇବା ଘଟଣା କୌଣସି ଉଚ୍ଚ ପଦସ୍ତ ଅଧିକାରୀଙ୍କ ଦୃଷ୍ଟିଗୋଚର ହୋଇନାହିଁ ।

ସରକାରଙ୍କ ନିୟମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫୁ କରି ଏପରି ବିପଦ ସଂକୁଳ ଅବସ୍ଥାରେ ଛାତ୍ରଛାତ୍ରୀଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ସୃଷ୍ଟି କରିଛି ।

ମାଲକାନଗିରିରୁ ଜୟନ୍ତ ତିଆଡ଼ି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details