ଓଡିଶା

odisha

ହିଟ୍ଓ୍ଵେଭକୁ ନେଇ ସଚିବାଳୟରେ ପ୍ରସ୍ତୁତି ବୈଠକ

ପ୍ରତିଦିନ ବିଭିନ୍ନ ଗଣମାଧ୍ୟମ ଜରିଆରେ କିଭଳି ଲୋକଙ୍କ ପାଖରେ ସମସ୍ତ ଜଳବାୟୁ ସମ୍ପର୍କରେ ଖବର ପହଞ୍ଚିପାରିବ, ସେନେଇ ସୂଚନା ଦେଇଛନ୍ତି ସ୍ପେଶାଲ ରିଲିଫ କମିଶନର ବିଷ୍ଣୁପଦ ସେଠୀ । ଏହାସହ ଏକ ମୋବାଇଲ ଆପ୍ ମଧ୍ୟ ବିକଶତି ହୋଇଛି। ଏହି ଆପ୍ ଦ୍ଵାରା ହିଟ୍ଓ୍ଵେଭର ସମସ୍ତ ସୂଚନା ଦିଆଯିବ ।

By

Published : Mar 27, 2019, 11:40 PM IST

Published : Mar 27, 2019, 11:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟରେ ବଢୁଥିବା ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଆଜି ସଚିବାଳୟରେ ଏସଆରସିଙ୍କ ଅଧ୍ୟକ୍ଷତାରେଏକ ଗୁରୁତ୍ବପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ଏହି ବୈଠକରେ ମୁଖ୍ୟତଃ ବଢୁଥିବା ହିଟ୍ଓ୍ଵେଭକୁ ନେଇ ଆଲୋଚନା ହୋଇଥିଲା । କିଭଳି ଭାବେ ସବୁ ସମୟରେ ହିଟ୍ ଓ୍ଵେଭର ମାତ୍ରା, ଆଗୁଆ ଲୋକଙ୍କୁ ସୂଚନା ଦିଆଯାଇପାରିବ ଓ ଲୋକଙ୍କୁ ସତର୍କ କରାଯାଇପାରିବ, ସେ ସମ୍ପର୍କରେ ମାନସ ମନ୍ଥନ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ହିଟ୍ଓ୍ଵେଭ ସମ୍ପର୍କରେ ପ୍ରତିଦିନ ବିଭିନ୍ନ ଗଣମାଧ୍ୟମ ଜରିଆରେ କିଭଳି ଲୋକଙ୍କ ପାଖରେ ସମସ୍ତ ଜଳବାୟୁ ସମ୍ପର୍କରେ ଖବର ପହଞ୍ଚି ପାରିବ, ସେ ନେଇ ସୂଚନା ଦେଇଛନ୍ତି ସ୍ପେଶାଲ ରିଲିଫ କମିଶନର ବିଷ୍ଣୁପଦ ସେଠୀ । ଏହାସହ ଏକ ମୋବାଇଲ ଆପ୍ ମଧ୍ୟ ବିକଶତି ହୋଇଛି। ଏହି ଆପ୍ ଦ୍ଵାରା ହିଟ୍ଓ୍ଵେଭର ସମସ୍ତ ସୂଚନା ଦିଆଯିବ ।

ରାଜ୍ୟର ସମସ୍ତ ହସ୍ପିଟାଲରେ ଅଂଶୁଘାତ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ ଏବଂ ବିଜୁଳି କାଟ କିଭଳି ରୋକା ଯାଇପାରିବ ସେ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।

ସୂଚନାଯୋଗ୍ୟଯେ, ୨୦୧୫ ଠାରୁ ହିଟ୍ଓ୍ଵେଭ ଯୋଗୁଁ ହେଉଥିବା କ୍ଷୟକ୍ଷତି ଓ ଜୀବନହାନିକୁ ପ୍ରାକୃତିକ ବିପତ୍ତି ରୂପେ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ଯଦି ହିଟ୍ଓ୍ଵେଭରେ କୌଣସି ଲୋକଙ୍କ ମୃତ୍ୟୁ ହୁଏ, ତାଙ୍କର ପରିବାରକୁ ପଚାଶ ହଜାର ଟଙ୍କା ସହାୟତା ଦିଆଯାଉଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details