ଓଡିଶା

odisha

ନାହିଁ ନାହିଁରେ ସୁବର୍ଣ୍ଣପୁର ବସଷ୍ଟାଣ୍ଡର ଯାତ୍ରୀ ବିଶ୍ରାମାଗାର

By

Published : May 15, 2019, 2:52 PM IST

ସୁବର୍ଣ୍ଣପୁର ଜିଲ୍ଲା ଗଠନର 20ବର୍ଷରୁ ଅଧିକ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜିଲ୍ଲାର ସଦର ମହକୁମା ବସଷ୍ଟାଣ୍ଡରେ ଗୋଟେ ଯାତ୍ରୀ ବିଶ୍ରାମାଗାର ନ ହେବା ଏବେ ଜିଲ୍ଲାବାସୀଙ୍କୁ ଉପହାସ ସଦୃଶ୍ୟ ।

ଫଟୋ ସୌଜନ୍ୟ: ପ୍ରତିନିଧି , ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ପଶ୍ଚିମ ଓଡିଶାର ଏକ ଅନନ୍ୟ ଜିଲ୍ଲା ହେଉଛି ସୁବର୍ଣ୍ଣପୁର ବା (ସୋନପୁର) ଯେଉଁ ଜିଲ୍ଲାରେ ସ୍ବଂୟ ମହାପ୍ରଭୁ ଜଗନ୍ନାଥ ପାତାଳୀ ହୋଇଥିବା ବେଳେ ମହାନଦୀ ଗର୍ଭରେ ପୂଜା ପାଉଛନ୍ତି ଦେବୀ ଲଙ୍କେଶ୍ବରୀ । ଏହାସହ ମହାନଦୀ କୂଳରେ ପୂଜିତ ହେଉଛନ୍ତି ବାବା ସୁବର୍ଣ୍ଣମେରୁ, ରାମେଶ୍ବର । ସହରର ଭିତରେ ଓ ବାହାରେ ଅନେକ ସଂଖ୍ୟାରେ ଦେବାଦେବୀ ପୂଜିତ ହେଉଥିବାବେଳେ ସମଗ୍ର ସୁବର୍ଣ୍ଣପୁରରେ ଆବାହାନ କାଳରୁ ରହିଛି ବହୁ ପୁରାତନ ମନ୍ଦିର ଯେଉଁଥିପାଇଁ ସୁବର୍ଣ୍ଣପୁରକୁ ମନ୍ଦିର ମାଳିନୀ ସହର ମଧ୍ୟ କୁହାଯାଏ । ଜିଲ୍ଲାରେ ଭରି ରହିଛି ପର୍ଯ୍ୟଟନର ସମ୍ଭାର । ମହାନଦୀ, ଅଙ୍ଗ, ଶୁକତେଲ ଓ ତେଲ ନଦୀ ବହିଯାଇଥିବାବେଳେ ଜିଲ୍ଲାର ଶିଳ୍ପ ତଥା ସମ୍ବଲପୁର ପାଟ ବସ୍ତ୍ର ପ୍ରସ୍ତୁତି ଓ ଛୋଟମୋଟ କୁଟୀର ଶିଳ୍ପ ପାଇଁ ଜିଲ୍ଲା ବେଶ ପ୍ରସିଦ୍ଧ । ତେବେ ସୁବର୍ଣ୍ଣପୁରର ବିଧାୟକ ନିରଞ୍ଜନ ପୁଝାରୀ ରାଜ୍ୟ ମନ୍ତ୍ରୀମଣ୍ଡଳରେ ପ୍ରତିନିଧିତ୍ବ କରୁଥିଲେ ମଧ୍ୟ ବସଷ୍ଟାଣ୍ଡରେ ଗୋଟିଏ ଯାତ୍ରୀ ବିଶ୍ରାମାଗାର ନ ହେବା ପରିତାପର ବିଷୟ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଏହାସହ ସୁବର୍ଣ୍ଣମେରୁ, ବାବା ରାମେଶ୍ବର, ଦେବୀ ସୁରେଶ୍ବରୀ, ମେଟାକାନୀ ପ୍ରଭୃତି ଦେବାଦେବୀ ପୂଜା ପାଇ ଆସୁଛନ୍ତି । ଆଉ ଏହି ସବୁକୁ ଦେଖିବା ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ଅନେକ ପର୍ଯ୍ୟଟକ ଆସୁଛନ୍ତି , କିନ୍ତୁ ସହରରେ ଥିବା ବସଷ୍ଟାଣ୍ଡର ଯାତ୍ରୀ ବିଶ୍ରାମଗାରର ନଗ୍ନ ଅବସ୍ଥା ପାଇଁ ଯାତ୍ରୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ବିଶ୍ରାମାଗାର ଭଗ୍ନ ଅବସ୍ଥାରେ ଥିବାବେଳେ ଯାତ୍ରୀଙ୍କ ପାଇଁ କୌଣସି ମୌଳିକ ସୁବିଧା ବି ନାହିଁ ।


ସୁବର୍ଣ୍ଣପୁର ସହରକୁ ପ୍ରତିଦିନ ଜିଲ୍ଲା ଓ ଜିଲ୍ଲା ବାହାରୁ ଶହଶହ ସଂଖ୍ୟାରେ ଲୋକ ଯିବା ଆସିବା କରିଥାନ୍ତି । ସହରରେ ଥିବା ମୁଖ୍ୟ ବସଷ୍ଟାଣ୍ଡ ଦେଇ ବୌଦ୍ଧ, ବଲାଙ୍ଗୀର ଓ ସମ୍ବଲପୁରକୁ ବସ ଚଳାଚଳ କରିଥାଏ । ଯଦ୍ବାରା ଏହି ବସଷ୍ଟାଣ୍ଡରେ ଥିବା ଯାତ୍ରୀ ବିଶ୍ରାମାଗାର ଗୁରୁତ୍ବ ବେଶ ଅଧିକ । ହେଲେ ବିଶ୍ରାମାଗାରରେ କୂଢକୂଢ ଅଳିଆ ଆବର୍ଜନା ସାଙ୍ଗକୁ ବୁଲା ଗାଈ ଗୋରୁଙ୍କ ସହ ମଦୁଆଙ୍କ ଆଡ୍ଡା ଜମେ । ଯେଉଁଥିପାଇଁ ଯାତ୍ରୀ ଏହାକୁ ବ୍ୟବହାର କରିବାକୁ ଉଚିତ ମଣୁନାହାନ୍ତି ।

ପଶ୍ଚିମ ଓଡିଶାରେ ବିଶେଷ କରି ସୁବର୍ଣ୍ଣପୁରରେ ପ୍ରଚଣ୍ଡ ଖରା ହେଉଥିବା ବେଳେ ବସ ଯାତ୍ରୀଙ୍କ ପାଇଁ ଉପଯୁକ୍ତ ବିଶ୍ରାମଗାର ଟିଏ ନଥିବାରୁ ଲୋକେ ହଇରାଣ ହେଉଛନ୍ତି ।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details