ପୁରୀ: ସ୍ନାନପୂର୍ଣ୍ଣିମା ବ୍ୟବସ୍ଥାରେ ବିଶୃଙ୍ଖଳା ସୃଷ୍ଟି କରିବା ନେଇ ପୁରୀ ବିଧାୟକଙ୍କୁ ଜାରି କରାଯାଇଥିବା ନୋଟିସ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ନୋଟିସ ପୁରୀ ବିଧାୟକଙ୍କୁ ନୁହେଁ ବରଂ ନିୟମ ଉଲଙ୍ଘନକାରୀଙ୍କୁ ଚେତାବନୀ ଦିଆଯାଇଥିବା ସେ କହିଛନ୍ତି । ସେହି ନୋଟିସରେ ପୁରୀ ବିଧାୟକଙ୍କ ପଦବୀ ସମ୍ପର୍କରେ କିଛି ଲେଖା ଯାଇନାହିଁ ।
ସ୍ନାନପୂର୍ଣ୍ଣିମା ବିଶୃଙ୍ଖଳାକାରୀଙ୍କୁ ନୋଟିସ ପ୍ରସଙ୍ଗରେ ମୁହଁ ଖୋଲିଲେ ମୁଖ୍ୟ ପ୍ରଶାସକ - notice
ସ୍ନାନପୂର୍ଣ୍ଣିମା ବ୍ୟବସ୍ଥାରେ ବିଶୃଙ୍ଖଳା ସୃଷ୍ଟି କରିବା ପ୍ରସଙ୍ଗରେ ପୁରୀ ବିଧାୟକଙ୍କୁ ଜାରି କରାଯାଇଥିବା ନୋଟିସର ପ୍ରତିକ୍ରିୟା ରଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର । ନୋଟିସ କୌଣସି ବିଧାୟକଙ୍କୁ ନୁହେଁ ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିଲା । କେବଳ ଆଇନ ଖିଲାପକାରୀଙ୍କୁ ସଚେତନା କରାଇବା ଉଦ୍ଦେଶ୍ୟରେ ଏହି ନୋଟିସ ଜାରି କରାଯାଇଥାଏ ।
ସେପଟେ ଏହି ଘଟଣା ତାଙ୍କ ଅଜଣାତରେ ହୋଇଥିବା ବିଧାୟକ ଜୟନ୍ତ ନାରାୟଣ ଷଡଙ୍ଗୀ ଗଣମାଧ୍ୟମକୁ କହିଥିବାବେଳେ ଏହି ପ୍ରସଙ୍ଗକୁ ନେଇ ଆଉ ଚର୍ଚ୍ଚା କରିବା ଉଚିତ୍ ନୁହେଁ ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ଗତ 2018ରେ ସ୍ନାନ ବେଦୀରେ ଶୃଙ୍ଖଳା ଭଙ୍ଗ ନେଇ ଏକାଧିକ ସେବାୟତଙ୍କୁ ନୋଟିସ ଦିଆଯାଇଥିଲା । ଏହାପରେ ଅନେକ ନିଜ ଭୂଲ ସ୍ବୀକାର କରିଥିଲେ । କେବଳ ଆଇନ ଖିଲପକାରୀଙ୍କୁ ସଚେତନା କରାଇବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଏହି ନୋଟିସ ପଠାଇଥାଏ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ଅଗାମୀ ଦିନରେ ଶ୍ରୀମନ୍ଦିର ଭିତରେ ବିଭିନ୍ନ ନିତିକାନ୍ତି ବେଳେ ସେବାୟତ ମାନେ ଶୃଙ୍ଖଳା ରକ୍ଷା କରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ