ଓଡିଶା

odisha

ETV Bharat / briefs

ଉପମୁଖ୍ୟମନ୍ତ୍ରୀ ବଦଳରେ କ୍ୟାବିନେଟରେ 2ଟି ମନ୍ତ୍ରୀପଦ ଦାବି କଲା ଶିବସେନା

ମହାରାଷ୍ଟ୍ରରେ ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ରବିବାର ହୋଇଥିବା ମନ୍ତ୍ରିମଣ୍ଡଳର କ୍ୟାବିନେଟ ବିସ୍ତାରରେ ବିଜେପିର ଉପମୁଖ୍ୟମନ୍ତ୍ରୀ ପଦକୁ ମନା କରି 2ଟି ମନ୍ତ୍ରୀ ପଦ ମାଗିଥିଲା ଶିବସେନା ।

ଫାଇଲ ଫଟୋ

By

Published : Jun 17, 2019, 8:48 AM IST


ମୁମ୍ବାଇ: ମହାରାଷ୍ଟ୍ରରେ ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ନିଜ କ୍ୟାବିନେଟକୁ ବୃଦ୍ଧି କରିଛନ୍ତି । ମିଳିଥିବା ସୂଚନାନୁସାରେ ବିଜେପି ଶିବସେନାକୁ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ପଦବୀ ପାଇଁ ପ୍ରସ୍ତାବ ଦେଇଥିଲା । କିନ୍ତୁ ବିଜେପିର ଏହି ପ୍ରସ୍ତାବକୁ ମନା କରି 2ଟି ମନ୍ତ୍ରୀ ପଦ ମାଗିଥିଲା ଶିବସେନା ।

ଗଣମାଧ୍ୟମରୁ ମିଳିଥିବା ଏକ ରିପୋର୍ଟ ଅନୁସାରେ, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଉପମୁଖ୍ୟମନ୍ତ୍ରୀ ପଦବୀ ବଦଳରେ 2 ଜଣ ବିଧାୟକଙ୍କୁ ମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଆଉ ଶିବସେନାର ଏହି ପ୍ରସ୍ତାବକୁ ରାଜ୍ୟ ବିଜେପି ଓ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ସ୍ବୀକାର କରିଛନ୍ତି ।

ରାଜ୍ୟର ଉଦ୍ୟୋଗ ମନ୍ତ୍ରୀ ସୁବାସ ଦେଶାଇଙ୍କୁ ଶିବସେନା ଉପମୁଖ୍ୟମନ୍ତ୍ରୀ ପଦବୀ ଦେବାକୁ ଚାହୁଁଥିବାବେଳେ ଦଳରେ ଥିବା କିଛି ମନ୍ତ୍ରୀ ଏହାକୁ ବିରୋଧ କରୁଥିଲେ । ଯାହାକୁ ଉଦ୍ଧବ ଠାକରେ ଜାଣିପାରିଥିଲେ । ଆଗାମୀ ଦିନରେ ଏହାକୁ ନେଇ ଦଳରେ ଯେପରି କନ୍ଦଳ ନହୁଏ, ସେଥିପାଇଁ ସେ ସୁବାସ ଦେଶାଇଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦେବା ପାଇଁ ବିଜେପିକୁ ମନା କରି ଦେଇଥିଲେ । ବିଧାନସଭା ନିର୍ବାଚନ ପୂର୍ବରୁ ରବିବାର ହୋଇଥିବା ମନ୍ତ୍ରିମଣ୍ଡଳର ଏହି ବିସ୍ତାରରେ ଉଦ୍ଧବ ଠାକରେ ଉପସ୍ଥିତ ନଥିଲେ । ରବିବାର ସେ ଉତ୍ତରପ୍ରଦେଶର ଅଯୋଧ୍ୟା ଗସ୍ତରେ ଥିଲେ ।

ABOUT THE AUTHOR

...view details