ନୂଆଦିଲ୍ଲୀ: ପୁଣିଥରେ ଜାତୀୟସ୍ତରରେ ଚମକିଲେ ଜଣେ ଓଡିଆ । ପୂର୍ବରୁ ଅନେକ ଓଡିଆ ଅଫିସର ଦେଶର ବିଭିନ୍ନ ପଦ ପଦବୀରେ ଅବସ୍ଥାପିତ ହୋଇ ରାଜ୍ୟ ପାଇଁ ଗୌରବ ଆଣିଥିବା ବେଳେ ଆଜି ଆଉ ଜଣେ ଓଡିଆ ଏହି କ୍ଲବରେ ନିଜକୁ ସାମିଲ କରିଛନ୍ତି ।
ଓଡିଆ ପୁଅ ହେବେ ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ
ପ୍ରଥମ ଥର ପାଇଁ ଜଣେ ଓଡିଆ ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ହେବେ ।
ଫାଇଲ ଫଟୋ
ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ତଥା ବର୍ତ୍ତମାନ ନୂଆଦିଲ୍ଲୀ IMDର ସହ ନିର୍ଦ୍ଦେଶକ ଥିବା ଓଡିଆ ଅଫିସର ମୃତ୍ୟୁଞ୍ଜୟ ମହାପାତ୍ର ହେବେ ଭାରତୀୟ ପାଣିପାଗ ବିଭାଗ (IMD)ର ପରର୍ବତ୍ତୀ ନିର୍ଦ୍ଦେଶକ । ଆସନ୍ତା ଅଗଷ୍ଟ 1ରୁ ପାଞ୍ଚବର୍ଷ ପାଇଁ ମୃତ୍ୟୁଞ୍ଜୟ ଏହି ପଦରେ ରହିବେ ।