ଓଡିଶା

odisha

ETV Bharat / briefs

ଭ୍ରାମ୍ୟମାଣ ATM ମାଧ୍ୟମରେ ଟଙ୍କା ବାଣ୍ଟୁଛି SBI - CYCLONE FANI

ବାତ୍ୟା ଅଞ୍ଚଳରେ ଭ୍ରାମ୍ୟମାଣ ଏଟିଏମ ମାଧ୍ୟମରେ ଲୋକଙ୍କୁ ଦିଆଯାଉଛି ନଗଦ ଟଙ୍କା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : May 12, 2019, 10:58 PM IST

ଭୁବନେଶ୍ବର: ସାମୁଦ୍ରିକ ଝଡ ବାତ୍ୟା ଫନିରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିବା ରାଜଧାନୀ ସମେତ ଉପକୂଳ ଓଡିଶାର ସମସ୍ତ ଅଞ୍ଚଳକୁ ପୁଣିଥରେ ସ୍ବାଭାବିକ ସ୍ଥିତିକୁ ଫେରାଇ ଆଣିବାକୁ ସବୁସ୍ତରରୁ ଜୋରଦାର ଉଦ୍ୟମ କରାଯାଉଛି । ଯେମିତି ଲୋକଙ୍କ କୌଣସି ପ୍ରକାର ଅସୁବିଧା ନହୁଏ ସେଥିପାଇଁ ସରକାର ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅନ୍ୟପକ୍ଷରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି । ବାତ୍ୟା ପରଠାରୁ ବିଜୁଳି ନଥିବାରୁ ଲୋକେ ଆବଶ୍ୟକତା ମୁତାବକ ବ୍ୟାଙ୍କସେବା ପାଇପାରୁ ନାହାନ୍ତି । ଏହାସହ ନଗଦ ଟଙ୍କାର ଘୋର ଅଭାବ ଦେଖାଦେଇଛି । ଲୋକଙ୍କର ନଗଦ ଟଙ୍କାର ଆବଶ୍ୟକତାକୁ ପୂରଣ କରିବା ପାଇଁ ବ୍ୟାଙ୍କ କ୍ୟାପିଟାଲ ହସ୍ପିଟାଲରେ ଟଙ୍କା ବାଣ୍ଟୁଛି । ଗ୍ରାହକମାନେ ନିଜ ପାସବୁକ ଆଣି ଏହି ସୁବିଧା ପାଇ ପାରିବେ । ବ୍ୟାଙ୍କ ତରଫରୁ ୪ଟି ସ୍ଥାନରେ ଏପରି ଭ୍ରାମ୍ୟମାଣ ଏଟିଏମ୍ ବ୍ୟବସ୍ଥା କରାଯାଇଛି ।

ଲୋକମାନେ ଯେମିତି କୌଣସି ଅସୁବିଧା ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଏପରି ପ୍ରୟାସ କରାଯାଇଛିଓ ପ୍ରତି ଗ୍ରାହକଙ୍କୁ 2000 ଟଙ୍କା ଦିଆଯାଉଛି ବୋଲି ମୁଖ୍ୟ ପରିଚାଳକ ନିର୍ଦ୍ଦେଶିକା ପ୍ରବିନ୍ନ କାର୍ଲା ସୂଚନା ଦେଇଛନ୍ତି । ବ୍ୟାଙ୍କର ଏପ୍ରକାର ପଦକ୍ଷେପକୁ ବିଶେଷ କରି ହସ୍ପିଟାଲକୁ ଆସୁଥିବା ଲୋକମାନେ ବିଶେଷ ଉପକୃତ ହେଉଥିବା ଜଣାପଡିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details