ଓଡିଶା

odisha

ETV Bharat / briefs

ବିଶ୍ବ ମହାସାଗର ଦିବସ, ବାଲୁକାକଳାରେ ଲୋକଙ୍କୁ ସଚେତନ - awareness

ବିଶ୍ବ ମହାସାଗର ଦିବସ ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଲୋକଙ୍କୁ ସଚେତନ କରାଇଛନ୍ତି । ପୁରୀ ବେଳାଭୂମିରେ ନିଜ ବାଲୁକା କଳା ମାଧ୍ୟମରେ ଅତି ନିଖୁଣ ଭାବେ ସାମୁଦ୍ରିକ ଜୀବ ଡ଼ଲଫିନ, ସାମୁଦ୍ରିକ ମାଛ, କଇଁଛ, ଅକ୍ଟୋପସର ଅତି ଜୀବନ୍ତ ପ୍ରତିକୃତି ସ୍ଥାନ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Jun 8, 2019, 6:32 AM IST

ପୁରୀ: ଆଜି ହେଉଛି ବିଶ୍ବ ମହାସାଗର ଦିବସ । ସମୁଦ୍ରକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ 8 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ୟୁନାଇଟେଡ଼ ନେସନ ପକ୍ଷରୁ ପ୍ରତିବର୍ଷ ଏହାକୁ ପାଳନ କରାଯାଉଛି । ଏହି କ୍ରମରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ନିଜ ବାଲୁକା କଳା ମାଧ୍ୟମରେ ଏହି ଦିବସ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଛନ୍ତି । ଚଳିତ ଥର ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାରେ 'keep your ocean clean'ର ବାର୍ତ୍ତା ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏଥିସହିତ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳାରେ ସେ ଅତି ନିଖୁଣ ଭାବେ ସାମୁଦ୍ରିକ ଯିବ ଡ଼ଲଫିନ, ସାମୁଦ୍ରିକ ମାଛ, କଇଁଛ, ଅକ୍ଟୋପସର ଅତି ଜୀବନ୍ତ ପ୍ରତିକୃତିକୁ ସ୍ଥାନ ଦେଇଛନ୍ତି । ଦିନକୁ ଦିନ ସମୁଦ୍ରରେ ମନୁଷ୍ୟକୃତ ପ୍ରଦୂଷଣ କାରଣରୁ ଅନେକ ସାମୁଦ୍ରିକ ଜୀବ ମୃତ୍ୟୁମୁଖରେ ପଡୁଛନ୍ତି । ସେହିପରି ମଣିଷ ମଧ୍ୟ ସମୁଦ୍ର ମାଧ୍ୟମରେ ନିଜର ଜୀବିକା ନିର୍ବାହ କରିପାରିଥାଏ ।

ତେବେ ଆଜି ଭଳି ଏକ ମହାନ ଦିନରେ ଲୋକମାନେ ସମୁଦ୍ରକୁ ନେଇ ସଚେତନ ହେବା ସହ ଏହାକୁ ପ୍ରଦୂଷଣ ମୁକ୍ତ ରଖିବାର ଆବଶ୍ୟକତା ରହିଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details