ଓଡିଶା

odisha

ETV Bharat / briefs

ପୁରୀ ବେଳାଭୂମିରେ ନମୋ ନମୋ

2ୟ ଥର ପାଇଁ କେନ୍ଦ୍ରରେ ମୋଦିଙ୍କ ସରକାର ଆସିବ । ବିଜେପିର ବିଶାଳ ବିଜୟ ପରେ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି ।

By

Published : May 24, 2019, 11:26 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ପୂର୍ଣ୍ଣ ବହୁମତ ପାଇ ବିଜେପି ସରକାର ପୁନର୍ବାର କେନ୍ଦ୍ରରେ ସରକାର ଗଢିବାକୁ ଯାଉଛି । ଯାହାକୁ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏହା ମଧ୍ୟ ପଢନ୍ତୁ:ପୁଣି କେନ୍ଦ୍ରରେ ଫୁଟିଲା ପଦ୍ମ, ବିଦେଶରୁ ଛୁଟୁଛି ଶୁଭେଚ୍ଛାର ବାର୍ତ୍ତା

ସେ ଏକ ଆକର୍ଷଣୀୟ ବାଲୁକା କଳା ମାଧ୍ୟମରେ ମୋଦିଙ୍କୁ ଏହି ବୃହତ ବିଜୟର ଶୁଭେଚ୍ଛା ଦେଇଛନ୍ତି । 12 ଫୁଟ ଲମ୍ବର ଏହି ବିଶାଳ ବାଲୁକା କଳା ରହିଛି । ଯେଉଁ ଥିରେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକୃତି କରାଯାଇ ନମୋ ନମୋ ଲେଖିବା ସହ ମୋଦି ହେ ତୋ ମୁମକିନ୍ ହେ ବାର୍ତ୍ତା ଲେଖିଛନ୍ତି । ଏଥିସହ ମୋଦିଙ୍କୁ ବିଶାଳ ବିଜୟର ଅଭିନନ୍ଦନ ବୋଲି ବାର୍ତ୍ତା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details