ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ରୌଦ୍ରତାପ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ ମଙ୍ଗଳବାର ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୪.୭ ଡିଗ୍ରୀ ରେକର୍ଡ କରାଯାଇଛି ।
ସମ୍ବଲପୁର ପାଲଟିଲା ରାଜ୍ୟର ଉତ୍ତପ୍ତ ସହର - record
ସାରା ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଜାରି ରହିଥିବାବେଳେ ସମ୍ବଲପୁର ସହରରେ ସର୍ବାଧିକ ତାପମାତ୍ରା ୪୪.୭ ଡିଗ୍ରୀ ରେକର୍ଡ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ସୋନପୁରରେ ପାରଦ ୪୪.୬ ଡିଗ୍ରୀ ପହଞ୍ଚିଥିବାବେଳେ ବଲାଙ୍ଗୀରରେ ୪୪.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ଟିଟିଲାଗଡ଼ରେ ତାପମାତ୍ରା ୪୪.୦ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ହୀରାକୁଦରେ ୪୩.୭, ଝାରସୁଗୁଡ଼ାରେ ୪୩.୬, ଭବାନୀପାଟଣାରେ ୪୨.୬, ସୁନ୍ଦରଗଡ଼ରେ ୪୨.୦, ମାଲକାନଗିରିରେ ୪୨.୦, ରେକର୍ଡ କରାଯାଇଛି । ତେବେ ପଶ୍ଚିମ ଓଡ଼ିଶାର ତାପମାତ୍ରା ଦିନକୁ ଦିନ ଅସହ୍ୟ ହୋଇପଡ଼ିଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ