ଓଡିଶା

odisha

ETV Bharat / briefs

ସେଲ୍ସ ଗାର୍ଲରୁ ପ୍ରଥମ ମହିଳା ବିତ୍ତ ମନ୍ତ୍ରୀ - ସେଲ୍ସ ଗାର୍ଲ

ଦେଶର ଇତିହାସରେ ବର୍ତ୍ତମାନ ପର୍ଯ୍ୟନ୍ତ ଦ୍ବିତୀୟ ମହିଳା ପ୍ରତିରକ୍ଷା ମନ୍ତ୍ରୀ ଥିବା ନିର୍ମଳା ସୀତାରମଣ ପୁଣି ଥରେ ମୋଦିଙ୍କ କ୍ୟାବିନେଟରେ ସାମିଲ ହେବା ସହ ପ୍ରଥମ ମହିଳା ପୂର୍ଣ୍ଣକାଳୀନ ବିତ୍ତ ମନ୍ତ୍ରୀ ଭାବେ ପଦଭାର ଗ୍ରହଣ କରିଛନ୍ତି। ସ୍ବାମୀଙ୍କ ସାଙ୍ଗରେ ଲଣ୍ଡନରେ ରହିବା ସମୟରେ ନିର୍ମଳା ଘରର ସାଜସଜ୍ଜାରେ ବ୍ୟବହୃତ ଉପକରଣ ବିକ୍ରି କରୁଥିବା ଏକ ଦୋକାନରେ ସେଲ୍ସ ଗର୍ଲ ଭାବେ କାମ କରୁଥିଲେ।

ଫାଇଲ ଫଟୋ

By

Published : May 31, 2019, 5:58 PM IST

Updated : Jun 1, 2019, 2:05 AM IST

ନୂଆଦିଲ୍ଲୀ: ନାରୀ ଆଉ ଅବଳା କି ଦୁର୍ବଳା ନୁହେଁ । ସେ ସାହସୀ ଓ ପରାକ୍ରମୀ । ଦେଶର ପ୍ରତିରକ୍ଷାଠୁ ଆରମ୍ଭ କରି ସବୁକ୍ଷେତ୍ରରେ ସେ ପୁରୁଷଙ୍କ ସହ ସମକକ୍ଷ ହୋଇପାରିଛି । ନାରୀ ମଧ୍ୟରେ ବି ପ୍ରତ୍ୟେକ କ୍ଷେତ୍ରରେ ନେତୃତ୍ୱ ନେବାର କ୍ଷମତା ରହିଛି । ଏହି କଥାକୁ ଆଜି ପ୍ରମାଣିତ କରିଛନ୍ତି ମୋଦି ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ଜଣେ ମହିଳା ନିର୍ମଳା ସୀତାରମଣ ।

ଦେଶର ଇତିହାସରେ ବର୍ତ୍ତମାନ ପର୍ଯ୍ୟନ୍ତ ଦ୍ବିତୀୟ ମହିଳା ପ୍ରତିରକ୍ଷା ମନ୍ତ୍ରୀ ଥିବା ନିର୍ମଳା ସୀତାରମଣ ପୁଣି ଥରେ ମୋଦିଙ୍କ କ୍ୟାବିନେଟରେ ସାମିଲ ହେବା ସହ ପ୍ରଥମ ମହିଳା ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ ଭାବେ ପଦଭାର ଗ୍ରହଣ କରିଛନ୍ତି ।

ସମୟ ଥିଲା ତାମିଲଲାଡୁର ଏକ ସାଧାରଣ ପରିବାରରୁ ଆସିଥିବା ନିର୍ମଳା ଜଣେ ସେଲ୍ସ ଗାର୍ଲ ଭାବେ କାମ କରୁଥିଲେ । 2008ରେ ନିର୍ମଳା ବିଜେପି ସହ ଯୋଡି ହେବା ପରେ 11 ବର୍ଷ ମଧ୍ୟରେ ରାଜନୀତିରେ ଅନେକ ଉଚ୍ଚତା ଛୁଇଁ ପାରିଛନ୍ତି ।

ଜେଏନୟୁରେ ପାଠ ପଢା

ସୀତାରମଣ ନିଜ କ୍ୟାରିୟରର ପ୍ରଥମ ପାଠ୍ୟକ୍ରମ ତାମିଲନାଡୁର ତିରୁଚିରାପଲ୍ଲୀରୁ ଆରମ୍ଭ କରିଥିଲେ । ଅର୍ଥଶଆସ୍ତ୍ରରେ ସ୍ନାତକ ପରେ ସେ ଜବାହରଲାଲ ନେହେରୁ ବିଶ୍ବ ବିଦ୍ୟାଳୟରେ ସ୍ନାତ୍ତକୋତର କରିଛନ୍ତି ।

ଲଣ୍ଡନରେ ଥିଲେ ସେଲ୍ସଗାର୍ଲ

ପଢା କ୍ୟାରିୟର ସମୟରେ ସୀତାରମଣ ଅନେକ ଜାଗାରେ କାମ କରିଛନ୍ତି । ସ୍ବାମୀଙ୍କ ସାଙ୍ଗରେ ଲଣ୍ଡନରେ ରହିବା ସମୟରେ ନିର୍ମଳା ଘରର ସାଜସଜ୍ଜାରେ ବ୍ୟବହୃତ ଉପକରଣ ବିକ୍ରି କରୁଥିବା ଏକ ଦୋକାନରେ ସେଲ୍ସ ଗର୍ଲ ଭାବେ କାମ କରୁଥିଲେ।

2008ରେ ବିଜେପିରେ ଯୋଗଦାନ

ନିର୍ମଳା 2008ରେ ରାଜନୀତିରେ ପାଦ ଦେବା ସହ ବିଜେପିରେ ଯୋଗ ଦେଇଥିଲେ । ଦୁଇ ବର୍ଷ ପରେ ସେ ପ୍ରବକ୍ତା ହୋଇଥିଲେ । ଏହା ପରେ 2014 ମୋଦି ସରକାରରେ ରାଜ୍ୟ ମନ୍ତ୍ରୀ ପଦ ଦିଆଯାଇଥିବାବେଳେ 2017 ଡିସେମ୍ବର 3 ତାରିଖ କ୍ୟାବିନେଟ ପରିବର୍ତ୍ତନ ପରେ ନିର୍ମଳା ଦେଶର ରକ୍ଷାମନ୍ତ୍ରୀ ପଦ ସମ୍ଭାଳିଥିଲେ ।

ଇନ୍ଦିରାଙ୍କ ପରେ ଦ୍ବିତୀୟ ମହିଳା ପ୍ରତିରକ୍ଷା ମନ୍ତ୍ରୀ

ମୋଦିଙ୍କ ପ୍ରଥମ ସରକାରରେ ନିର୍ମଳା ପ୍ରତିରକ୍ଷା ମନ୍ତ୍ରୀ ହେବା ସହ ଏକ ରେକର୍ଡ ନିଜ ନାମରେ କରିଥିଲେ। ଦ୍ବିତୀୟ ମହିଳା ପ୍ରତିରକ୍ଷା ମନ୍ତ୍ରୀ ହେବାର ରେକର୍ଡ ମଧ୍ୟ କରିଥିଲେ। ନିର୍ମଳାଙ୍କ ପୂର୍ବରୁ ଇନ୍ଦିରା ଗାନ୍ଧୀ ନିଜ ସରକାର ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ବ ନେଇଥିଲେ ।

କିଛି ଏମିତି ଥିଲା ସେଲ୍ସ ଗାର୍ଲରୁ ପ୍ରଥମ ମହିଳା ଅର୍ଥମନ୍ତ୍ରୀ ହେବାପାଇଁ ନିର୍ମଳା ସୀତାରମଣଙ୍କ ସଂଘର୍ଷ, ଯାହା ଆଜି ସମାଜ ସାମ୍ନାରେ ଏକ ଉଦାହରଣ ହେବା ସହ ପ୍ରତ୍ୟେକ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛି ।

Last Updated : Jun 1, 2019, 2:05 AM IST

ABOUT THE AUTHOR

...view details