ଓଡିଶା

odisha

ETV Bharat / briefs

କୋମାରେ ପ୍ରଶାସନ: ସାହାରା ଖୋଜୁଛି ରାସ୍ତା, ଲୋକେ ଭୋଗୁଛନ୍ତି ଯନ୍ତ୍ରଣା - CMO ODISHA

ପ୍ରଶାସନ ଯେମିତେ କୋମାରେ । ରାସ୍ତାଟିଏ ଅପେକ୍ଷାରେ ଲୋକେ । ବର୍ଷା ଋତୁ ଆସିଲାଣି । ତେଣୁ ଏବେ କଣ ହେବ ଲୋକଙ୍କ ଅବସ୍ଥା । ସେହି ଚିନ୍ତାରେ ଅଞ୍ଚଳବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : Jun 29, 2019, 6:26 PM IST

କେନ୍ଦୁଝର: ଗାଁର ଉନ୍ନତି ପାଇଁ ସରକାର ବ୍ୟାପକ ଅର୍ଥ ବ୍ୟୟ ବରାଦ କରୁଛନ୍ତି । ମୌଳିକ ସୁବିଧା ପାଇଁ ଖର୍ଚ୍ଚ ହେଉଛି ପୁଳାପୁଳା ଟଙ୍କା । ହେଲେ ଗାଁର କେତେ ଉନ୍ନତି ହେଉଛି, ଆଉ ସରକାରୀ ବାବୁ ନିଜ ଦାୟିତ୍ବ କେତେ ସମ୍ପାଦନ କରୁଛନ୍ତି ତାହାର ଜ୍ବଳନ୍ତ ଉଦାହରଣ ହେଉଛି କେନ୍ଦୁଝର ବଣ ଜଙ୍ଗଲ ଘେରା କୁସୁମିତା-ଫୁଲଝର ରାସ୍ତା । ରାସ୍ତା ପାଇଁ ଟଙ୍କା ଆସିଲା । ଠିକାଦାରକୁ କାମ ନିର୍ଦ୍ଦେଶ ଦିଆଗଲା । ହେଲେ କାମ ଅଧାରେ ଛାଡି ଠିକାଦାର ଛୁ ମାରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ନିର୍ମାଣ ହେଉଥିବା ରାସ୍ତା ଏବେ ଯେମିତି ସାହାରା ଖୋଜୁଛି । ଆଉ ଲୋକେ ଭୋଗୁଛନ୍ତି ଯନ୍ତ୍ରଁଣା ପରେ ଯନ୍ତ୍ରଣା । ସ୍ଥାନୀୟ ପ୍ରଶାସନ ଯେମିତି ଏଠାରେ କୋମାରେ । ହେଲେ ପ୍ରଶ୍ନ ଉଠୁଛି ଆରମ୍ଭ ହୋଇଗଲାଣୀ ବର୍ଷା ଋତୁ । ଏହି ଅଧାପନ୍ତରିଆ ରାସ୍ତାରେ ଲୋକେ ଯିବେ କେମିତି ?


ଏହା ପ୍ରଶାସନର ମନମୁଖୀ କାର୍ଯ୍ୟର ଏକ ଜ୍ବଳନ୍ତ ଉଦାହରଣ । ଆପଣ ବି ଏ ଦୃଶ୍ୟ ଦେଖିଲେ ଏହାର ପ୍ରମାଣ ପାଇପାରିବେ । ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ । ରାସ୍ତା ପାର ହେବାକୁ ହେଲେ କେମିତି କାଦୁଅରେ ପସିବାକୁ ହୁଏ । ପଥର ଉପରେ କିପରି ବିପଜ୍ଜନକ ଭାବେ ଗାଡି ଚଲାଇବାକୁ ପଡୁଛି । ପଥର ଓ ଖାଲଖମାରେ ଭର୍ତ୍ତି ସଂକୀର୍ଣ୍ଣ ରାସ୍ତାରେ ଯାତାୟତ କରୁଛି ଗାଡିମୋଟର । ଅତି ବିପଦପୂର୍ଣ୍ଣ ହୋଇପଡିଛି କେନ୍ଦୁଝର ବଣ ଜଙ୍ଗଲ ଘେରା କୁସୁମିତା-ଫୁଲଝର ରାସ୍ତା ।

ଘଞ୍ଚ ଜଙ୍ଗଲ ଭିତରେ ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ଵାରା ରାସ୍ତା ନିର୍ମାଣ ନେଇ ଯୋଜନା ଆରମ୍ଭ କରିଥିଲା ପ୍ରଶାସନ । କିନ୍ତୁ ଏବେ ଠିକାଦାର ଅଧାପନ୍ତରିଆ କାମ କରି ଛୁ ହୋଇଛି । ଦୀର୍ଘ 6 ମାସ ଧରି ଏପରି ପଡିରହିଛି ଏହି ରାସ୍ତା କାମ । ନା ସ୍କୁଲ ଯାଇ ହେଉଛି ନା ମେଡିକାଲ । ଆଉ ଆଗକୁ ବର୍ଷା ଆସୁଥିବାବେଳେ କିଭଳି ଯାତାୟାତ କରିବେ ସେ ନେଇ ଲୋକଙ୍କୁ ଚିନ୍ତା ଘାରିଛି । ସେପଟେ ବିଭାଗୀୟ ଅଧିକାରୀ କହନ୍ତି ଖୁବଶୀଘ୍ର କାମ ଆରମ୍ଭ କରାଯିବ ।

ଶୁକ୍ରବାର ବଜେଟରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ପାଇଁ ହୋଇଛି ବ୍ୟୟବରାଦ । କିନ୍ତୁ ଏଠାକାର ଦୃଶ୍ୟ ଦେଖିଲେ ଲାଗୁଛି ଏହା ଆଗରେ ଫେଲ ମାରିଛି ସମସ୍ତ ଅଟକଳ । ଆଉ ଏଭଳି ବ୍ୟବସ୍ଥାରେ କେବେ ଆସିବ ସୁଧାର ତାକୁ ଅପେକ୍ଷା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details