ଭୁବନେଶ୍ବର: ସରକାରଙ୍କ ନିର୍ଦ୍ଦେଶ ନ ମାନିବା ଓ ବିଶୃଙ୍ଖଳିତ ଆଚରଣ କରିବା ଶେଷରେ ମହଙ୍ଗା ପଡିଛି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ । ସାମ୍ଭାବ୍ୟ ବାତ୍ୟା ପାଇଁ ବୁଧବାର ସରକାର ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଛୁଟିକୁ ଆସନ୍ତା 15 ଯାଏଁ ବାତିଲ କରିଥିଲେ ଏବଂ ଯେଉଁ ମାନେ ଛୁଟିରେ ଅଛନ୍ତି ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ ରାୟଗଡା ସିଡିଏମଓ ଅବମାନନା କରିଥିଲେ । ଯହା ଦ୍ବାରା ସିଡିଏମଓଙ୍କୁ ଆଜି ସରକାର ନିଳମ୍ବିତ କରିଛନ୍ତି ।
ସରକାରୀ ନିର୍ଦ୍ଦେଶନାମାକୁ ଫୁ: ରାୟଗଡା CDMO ନିଲମ୍ବିତ
କାର୍ଯ୍ୟରେ ଅବହେଳା ପାଇଁ ନିଳମ୍ବିତ ହେଲେ ଜିଲ୍ଲା ମୁଖ୍ୟ ଚକିତ୍ସା ଅଧିକାରୀ ।
ଫାଇଲ ଫଟୋ
ତେବେ ନିଲମ୍ବନ ସ୍ବତ୍ବେ ତାଙ୍କୁ ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡିବା ପାଇଁ ଡାକ୍ତର ଶିବ ପ୍ରସାଦ ପାଢିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ