ଓଡିଶା

odisha

ETV Bharat / briefs

ଆଉ ନାହାଁନ୍ତି ରାୟଗଡା ସିଡିଏମଓ ଡ. ଶିବ ପ୍ରସାଦ ପାଢୀ - HOSPITAL RAYAGDA

ଆଜି ଏକ ସ୍ବତନ୍ତ୍ର ବିମାନ ଯୋଗେ ତାଙ୍କ ମରଶରୀର ରାୟଗଡାରେ ପହଞ୍ଚିବା ପରେ ରାୟଗଡା ହସ୍ପିଟାଲର ସମସ୍ତ କର୍ମଚାରୀ ଓ ବିଭିନ୍ନ ସଂଗଠନ ତରଫରୁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : May 22, 2019, 9:43 PM IST

ରାୟଗଡା: ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଶହଶହ ଲୋକଙ୍କ ଜୀବନ ବଞ୍ଚାଉଥିବା ଡାକ୍ତର ଶିବ ପ୍ରସାଦ ପାଢୀ । ଡାକ୍ତର ପାଢୀ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ଅବସ୍ଥାପିତ ଥିଲେ । ହେଲେ ଗତ କିଛିଦିନ ଧରି ନିଜ ଅସୁସ୍ଥତା ଯୋଗୁଁ ସେ ନିଜ କାର୍ଯ୍ୟରେ ଅନୁପସ୍ଥିତ ରହିଥିଲେ । ଡାକ୍ତର ଶିବ ପ୍ରସାଦ ପାଢୀ ରାୟଗଡା ଜିଲ୍ଲାର ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ଅନେକ ପଦକ୍ଷେପ ନେବା ସହ 100ଶଯ୍ୟା ବିଶିଷ୍ଟ ମେଡିକାଲରୁ 300 ଶଯ୍ୟାକୁ ଉନ୍ନତ କରିଥିଲେ ଡାକ୍ତର ପାଢୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା


ରାୟଗଡା ପାଇଁ ଅନେକ କିଛି କାମ କରିଥିବା ଡାକ୍ତର ପାଢୀ ଆହୁରି ଅନେକ ସ୍ବପ୍ନ ଦେଖିଥିଲେ ହେଲେ ନିଜ ସ୍ବପ୍ନ ପୂରଣ କରିବା ପୂର୍ବରୁ ନିଜେ ଜୀବନ ଯୁଦ୍ଧରେ ହାରିଗଲେ । ତାଙ୍କ ବିଷୟରେ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗତ ଫନି ସମୟରେ କାର୍ଯ୍ୟରେ ଅବହେଳା ପାଇଁ ତାଙ୍କୁ ରାଜ୍ୟ ସରକାର କାର୍ଯ୍ୟରୁ ନିଳମ୍ବିତ କରିଥିଲେ । ତେବେ ଅସୁସ୍ଥତା କାରଣରୁ ଡାକ୍ତର ପାଢୀ କାର୍ଯ୍ୟରେ ଅବହେଳା କରିଥିଲେ ବୋଲି ଜଣାପଡିବା ପରେ ସରକାର ଗତ 4ଦିନ ତଳେ ନିଲମ୍ବନ ପ୍ରତ୍ୟାହାର କରିଥିଲେ ।

ହେଲେ ବିଧିର ବିଧାନ ଥିଲା ଭିନ୍ନ । ସେ ପୁଣିଥରେ ନିଜ କର୍ମକ୍ଷେତ୍ରକୁ ଫେରିବା ପୂର୍ବରୁ ଦୁନିଆରୁ ବିଦାୟ ନେଇଛନ୍ତି । ଗତକାଲି ବେଙ୍ଗାଲୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁବରଣ ହୋଇଛି ।

ଆଜି ଏକ ସ୍ବତନ୍ତ୍ର ବିମାନ ଯୋଗେ ତାଙ୍କ ମରଶରୀର ରାୟଗଡାରେ ପହଞ୍ଚିବା ପରେ ରାୟଗଡା ହସ୍ପିଟାଲର ସମସ୍ତ କର୍ମଚାରୀ ଓ ବିଭିନ୍ନ ସଂଗଠନ ତରଫରୁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details