ଓଡିଶା

odisha

ETV Bharat / briefs

ରଥଯାତ୍ରା: ରଥକନା ପ୍ରସ୍ତୁତିରେ ବ୍ୟସ୍ତ ଦରଜି ସେବାୟତ

ବିଶ୍ବନିୟନ୍ତାଙ୍କ ଘୋଷଯାତ୍ରା ପାଇଁ ଜୋରସରରେ ଚାଲିଛି ରଥ ନିର୍ମାଣ କାମ । ପ୍ରସ୍ତୁତ ହେଉଛି ଶ୍ରୀକ୍ଷେତ୍ର । ଆଉ କିଛିଦିନ ପରେ ମହାପ୍ରଭୁ ଓହ୍ଲାଇ ଆସିବେ ବଡଦାଣ୍ଡକୁ । ଭାଇ ଭଉଣୀଙ୍କୁ ଧରି ବାହାରିବେ ନବଦିନାତ୍ମକ ଯାତ୍ରାରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Jun 24, 2019, 11:31 PM IST

ପୁରୀ: ଆସୁଛି ରଥଯାତ୍ରା । ସଜେଇ ହେଉଛି ଶ୍ରୀକ୍ଷେତ୍ର, ଆଗେଇ ଚାଲିଛି ସେବାୟତଙ୍କ ସେବା ପୂଜା । ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଏବେ ଚଳଚଞ୍ଚଳ ପୁରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସେବାୟତଙ୍କୁ ଫୁରସତ ନାହିଁ । ବିଶ୍ବନିୟନ୍ତାଙ୍କ ଘୋଷଯାତ୍ରା ପାଇଁ ଜୋରସରରେ ଚାଲିଛି ରଥ ନିର୍ମାଣ କାମ । ପ୍ରସ୍ତୁତ ହେଉଛି ଶ୍ରୀକ୍ଷେତ୍ର । ଆଉ କିଛିଦିନ ପରେ ମହାପ୍ରଭୁ ଓହ୍ଲାଇ ଆସିବେ ବଡଦାଣ୍ଡକୁ । ଭାଇ ଭଉଣୀଙ୍କୁ ଧରି ବାହାରିବେ ନବଦିନାତ୍ମକ ଯାତ୍ରାରେ । ସେଇଥି ପାଇଁ ତ ପୁରୀ ଏବେ ଚଳଚଞ୍ଚଳ, ମହାପ୍ରଭୁଙ୍କ ସମସ୍ତ ସେବାୟତ ଲାଗିପଡିଛନ୍ତି ନିଜ ନିଜ ସେବା କାର୍ଯ୍ୟରେ ।

ତିନି ଠାକୁରଙ୍କ ରଥ ଛାଉଣି ପାଇଁ ବ୍ୟବହୃତ ହେଉଥିବା ରଥକନା ପ୍ରସ୍ତୁତିରେ ଲାଗିପଡିଛନ୍ତି ଦରଜି ସେବାୟତ । ପାରମ୍ପରିକ ପୂଜାର୍ଚନା ପରେ ପ୍ରଥମେ ବଳଭଦ୍ରଙ୍କ ରଥ ପାଇଁ କନାକଟା ଆରମ୍ଭ ହୋଇଛି । ନନ୍ଦିଘୋଷ ଓ ତାଳଧ୍ୱଜ ରଥ ପାଇଁ ୪୨୫ମିଟର ଲେଖାଏଁ କନା ଓ ଦର୍ପଦଳନ ପାଇଁ ୪ଶହ ମିଟର କନା ବ୍ୟବହୃତ ହୋଇଥାଏ । ନନ୍ଦିଘୋଷ ରଥରେ ନାଲିଓ ହଳଦିଆ ରଙ୍ଗର କନା, ତାଳଧ୍ୱଜ ରଥରେ ନାଲିଓ ସବୁଜ ରଙ୍ଗର କନା ଏବଂ ଦର୍ପଦଳନ ରଥରେ ନାଲି ଓ କଳା ରଙ୍ଗର କନା ଲାଗିଥାଏ । ଏହିସବୁ କନା ପ୍ରସ୍ତୁତ ପାଇଁ ଦରଜି ସର୍ଦ୍ଦାରଙ୍କ ନେତୃତ୍ୱରେ ୬ଟି ସିଲେଇ ମେସିନ ରେ କାମ ଆଗେଇ ଚାଲିଛି ।

ଅନ୍ୟପଟେ ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଅତ୍ୟଧିକ ସ୍ନାନକରି ଜ୍ଜରରେ ପୀଡିତ ଅଛନ୍ତି । ମହାପ୍ରଭୁଙ୍କ ସୁସ୍ଥତା ପାଇଁ ସେବାୟତ ମାନେ ଅଣସର ଘରେ ଏବେ ଗୁପ୍ତସେବା କରୁଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details