ଓଡିଶା

odisha

ETV Bharat / briefs

ପୁରୀ ବେଳାଭୂମିରେ ପରିବେଶ ସୁରକ୍ଷା ବାର୍ତ୍ତା - ବିଶ୍ୱ ପରିବେଶ ଦିବସ

ପ୍ରତିବର୍ଷ ଜୁନ୍‌ 5 ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ସାରା ବିଶ୍ୱରେ ପାଳନ କରାଯାଏ । ପରିବେଶକୁ ସୁରକ୍ଷା ଓ ପ୍ରଦୂଷଣ ମୁକ୍ତ କରିବା ଉଦ୍ଦେଶ୍ୟରେ ଲୋକଙ୍କ ମଧ୍ୟରେ ଜନସଚେତନତା ପାଇଁ ଏହି ଦିବସ ୟୁନାଇଟେଡନେସନ ଦ୍ୱାରା ସାରା ଦେଶରେ ପାଳନ ହେଉଛି। ଏନେଇ ପୁରୀ ବେଳାଭୂମିରେ ପରିବେଶ ସୁରକ୍ଷା ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ ଓ ସୁଦର୍ଶନ ପଟ୍ଟନାୟକ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ପୁରୀ

By

Published : Jun 4, 2019, 11:43 PM IST

ପୁରୀ: ଆସନ୍ତାକାଲି ବିଶ୍ୱ ପରିବେଶ ଦିବସ। ତେବେ ଏନେଇ ପୁରୀରେ ଏକ ସୁନ୍ଦର ବାଲୁକା କଳା ମାଧ୍ୟମରେ ପରିବେଶ ସୁରକ୍ଷା ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଦିନକୁ ଦିନ ବୃକ୍ଷଲତା ହ୍ରାସ ହେବା ଫଳରେ ବିଶ୍ୱରେ ପାଣିପାଗ ପରିବର୍ତ୍ତନ ସହ ଭୟଙ୍କର ବାତ୍ୟା , ଗ୍ରୀଷ୍ମପ୍ରବାହ , ମରୁଡି ପଡୁଥିବା ହେତୁ ଲୋକ ମାନେ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତେବେ ସମସ୍ତେ ଆଗେଇ ଆସି ବୃକ୍ଷରୋପଣ କରିବା ସହ ପରିବେଶକୁ ସୁରକ୍ଷା ଦେବା ଉଚିତ ବୋଲି ବାଲୁକା କଳାରେ ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ପୁରୀ

ସେହିପରି ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁ ଏକ ନିଆରା ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି। ସମସ୍ତେ ଏକଜୁଟ ହୋଇ ବୃକ୍ଷ ରୋପଣ ସହ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାକୁ ସେ ସନ୍ଦେଶ ଦେଇଛନ୍ତି। 20 ଫୁଟ ଲମ୍ବର ଏହି ବାଲୁକା କଳାଟିକୁ ବାଲୁକା ଶିଳ୍ପୀ ମାନସ ସାହୁ ନିର୍ମାଣ କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details