ଓଡିଶା

odisha

ETV Bharat / briefs

ଅନଲକ ପଞ୍ଜାବ, କେବଳ ରବିବାର ଲକଡାଉନ - କେବଳ ରବିବାଲ ଲକଡାଉନ

ଲକଡାଉନ୍ ପ୍ରତିବନ୍ଧକକୁ କୋହଳ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ । କେବଳ ରବିବାର ଲକଡାଉନ ବଳବତ୍ତର ରହିବ । ସେପ୍ଟେମ୍ବର 30 ପର୍ଯ୍ୟନ୍ତ ରାଜ୍ୟର ସମସ୍ତ କର୍ପୋରେସନ୍ ସହରରେ କେବଳ ରବିବାର ଦିନ ଲକଡାଉନ ରହିବ ବୋଲି ପଞ୍ଜାବ ସରକାର ବୁଧବାର କହିଛନ୍ତି । ଅଧିକ ପଢନ୍ତୁ...

ଅନଲକ ପଞ୍ଜାବ, କେବଳ ରବିବାଲ ଲକଡାଉନ
ଅନଲକ ପଞ୍ଜାବ, କେବଳ ରବିବାଲ ଲକଡାଉନ

By

Published : Sep 10, 2020, 11:52 AM IST

ଚଣ୍ଡିଗଡ଼: ଲକଡାଉନ୍ ପ୍ରତିବନ୍ଧକକୁ କୋହଳ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ । କେବଳ ରବିବାର ଲକଡାଉନ ବଳବତ୍ତର ରହିବ । ସେପ୍ଟେମ୍ବର 30 ପର୍ଯ୍ୟନ୍ତ ରାଜ୍ୟର ସମସ୍ତ 167 କର୍ପୋରେସନ୍ ସହରରେ କେବଳ ରବିବାର ଦିନ ଲକଡାଉନ ରହିବ ବୋଲି ପଞ୍ଜାବ ସରକାର ବୁଧବାର କହିଛନ୍ତି । ପୂର୍ବରୁ ସରକାର ଶନିବାର ଓ ରବିବାର ଲକଡାଉନ ରହିବ ବୋଲି ଘୋଷଣା କରିଥିବା ବେଳେ ଏବେ ଶନିବାର ଦିନ ଲକଡାଉନକୁ ହଟାଇ ଦିଆଯାଇଛି ବୋଲି ସରକାରୀ ମୁଖପାତ୍ର ସୂଚନା ଦେଇଛନ୍ତି।

ରାଜ୍ୟରେ କୋଭିଡ -19 ର ସ୍ଥିତି ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଲକଡାଉନ୍ ପ୍ରତିବନ୍ଧକକୁ କିଛିଟା କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ସପ୍ତାହ ସାରା ରାଜ୍ୟର କର୍ପୋରେସନ୍ ଅଞ୍ଚଳରେ ରାତି 9:30 ରୁ ସକାଳ 5 ଟା ପର୍ଯ୍ୟନ୍ତ ସମସ୍ତ ଅଣ-ଜରୁରୀ କାର୍ଯ୍ୟ ପାଇଁ ଲୋକଙ୍କୁ ନିଷେଧ ରହିବ । ତଥାପି, ଜାତୀୟ ତଥା ରାଜ୍ୟ ରାଜପଥ, ଆନ୍ତଃ ରାଜ୍ୟ ଏବଂ ରାଜ୍ୟ ପରିବହନ, ଅନଲୋଡିଂ, ବସ୍, ଟ୍ରେନ୍ ଏବଂ ବିମାନରେ ଯାତ୍ରା କରିବା ପରେ ବ୍ୟକ୍ତିବିଶେଷଙ୍କୁ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ବୈଧ ରହିବ ।

ସ୍ୱାସ୍ଥ୍ୟ, କୃଷି, ଦୁଗ୍ଧ, ବ୍ୟାଙ୍କ, ଏଟିଏମ୍ ଇତ୍ୟାଦି ଅତ୍ୟାବଶ୍ୟକ ସେବା ପାଇଁ ଅନୁମତି ମଧ୍ୟ ଦିଆଯିବ ।

ABOUT THE AUTHOR

...view details