ଓଡିଶା

odisha

ETV Bharat / briefs

ଚାନ୍ଦବାଲିରେ 5 ଦଫା ଦାବି ନେଇ ମୋଦି ସେବାସଙ୍ଘ ପକ୍ଷରୁ ଗଣ ଧାରଣା

ଭଦ୍ରକ ଚାନ୍ଦବାଲିରେ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ତହସିଲ ଆଗରେ ଗଣଧାରଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

By

Published : Jul 8, 2019, 5:47 PM IST

ଭଦ୍ରକ: ଚାନ୍ଦବାଲିରେ ଲାଗିରହିଥିବା ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ମୋଦି ସେନା ସେବାସଙ୍ଘ ପକ୍ଷରୁ 5 ଗୋଟି ଦାବି ନେଇ ତହସିଲ ଆଗରେ ଗଣଧାରଣା ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ତେବେ 5 ଦଫା ଦାବି ଭିତରୁ ଚାନ୍ଦବାଲିରେ ଶିଳ୍ପ ପ୍ରତିଷ୍ଠାନ ଆଦାନୀ ପୋର୍ଟରେ ବେକାରୀ ଯୁବକ ଯୁବତୀ ମାନଙ୍କୁ କର୍ମ ନିଯୁକ୍ତି, ବିପର୍ଯ୍ୟସ୍ତ ହୋଇପଡିଥିବା ଚାନ୍ଦବାଲି ଗୋଷ୍ଠୀ ସ୍ଥ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ସହିତ ଚାନ୍ଦବାଲିରେ ବିପଦପୂର୍ଣ୍ଣ ଅବସ୍ଥାରେ ଦଣ୍ଡାୟମାନ ବୈତରଣୀ ସେତୁ ମରାମତି ଆଦି 5 ଦଫା ଦାବିକୁ ନେଇ ଏହି ଗଣ ଧାରଣା ଦିଆଯାଇଛି ।

ତେବେ ଏହାକୁ ସମର୍ଥନ କରି ଚାନ୍ଦବାଲିର ମଜଦୁର ସଙ୍ଘ, ସବୁଜକାର୍ଡଧାରୀ ମହିଳା ମହାସଙ୍ଘ ଏଥିରେ ସାମିଲ ହୋଇଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details