ରାଇରଙ୍ଗପୁର: ଚାଲିଛି ଗଣତନ୍ତ୍ରର ମହାପର୍ବ । ଏହି ପର୍ବରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମତଦାନ ସରିଛି । ଚତୁର୍ଥ ପର୍ଯ୍ୟାୟ ମତଦାନକୁ ଆଉ ମାତ୍ର 2ଦିନ ବାକି ରହିଛି । ସେହି କ୍ରମରେ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୋଲିସ କର୍ମଚାରୀଙ୍କ ଭୋଟ ପଡିଛି । ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ସରକାରୀ ତଥା ପୋଲିସ କର୍ମଚାରୀ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।
ଭୋଟ ଦେଲେ ପୋଲିସ କର୍ମଚାରୀ - rairangpur
ଚତୁର୍ଥ ପର୍ଯ୍ୟାୟ ମତଦାନକୁ ଆଉ ମାତ୍ର 2ଦିନ ବାକି ରହିଥିବାବେଳେ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ପୋଲିସ କର୍ମଚାରୀଙ୍କ ଭୋଟ ପଡିଛି । ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ସରକାରୀ ତଥା ପୋଲିସ କର୍ମଚାରୀ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ମତଦାନ କରି ବେଶ୍ ଉତ୍ସାହିତ ଥିଲେ ସେମାନେ।
ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
ତେବେ ପୋଷ୍ଟାଲ ବାଲାଟ ମାଧ୍ୟମରେ ରାଇରଙ୍ଗପୁର ଆଦର୍ଶ ପୋଲିସ ଷ୍ଟେସନର କାର୍ଯ୍ୟରତ କର୍ମଚାରୀ ଭୋଟ ଦେଇଛନ୍ତି । ନିଜର ବହୁମୂଲ୍ୟ ଭୋଟ ଦେଇ ସେମାନେ ନିଜ ଅଞ୍ଚଳର ଜନ ପ୍ରତିନିଧିଙ୍କୁ ବାଛିଛନ୍ତି । ଜଣେ ନାଗରିକ ହିସାବରେ ଗଣତନ୍ତ୍ରର ମହାପର୍ବରେ ଭୋଟ ଦେଇ ନିଜର ଗୁରୁ ଦାୟିତ୍ୱ ତୁଲାଉଛନ୍ତି । ମତଦାନକୁ ନେଇ ସେମାନ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ