ଓଡିଶା

odisha

ETV Bharat / briefs

ପିସିଆର କର୍ମଚାରୀଙ୍କ ପିସ୍ତଲ କମାଲ, ଲୁଟବେଳେ ଲୁଟେରା କଲେ ସରେଣ୍ଡର

କାମଦେଲା ପିସିଆର କର୍ମଚାରୀଙ୍କ ହାତରେ ପିସ୍ତଲ । ଲୁଟ ବେଳେ ବନ୍ଧୁକ ଭୟରେ ଲୁଟେରା କଲେ ସରେଣ୍ଡର। ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅଞ୍ଚଳରେ ।

By

Published : Mar 28, 2019, 12:03 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କାମଦେଲା ପିସିଆର କର୍ମଚାରୀଙ୍କ ହାତରେ ପିସ୍ତଲ । ଲୁଟ ବେଳେ ବନ୍ଧୁକ ଭୟରେ ଲୁଟେରା କଲେ ସରେଣ୍ଡର। ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅଞ୍ଚଳରେ । ପୁରୀ ବାଇପାସ ହାଇୱେରେ ଗତ ୨୬ ରାତିରେ ଜଣେ ଟ୍ରକ ଡ୍ରାଇଭରଠାରୁ ୧୦ ହଜାର ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ ଲୁଟେରା । ଯାହାର ଖବର ପାଇ ପିସିଆର(ପୋଲିସ କଣ୍ଟ୍ରୋଲ ରୁମ) ର ୭ କର୍ମଚାରୀଲୁଟେରାଙ୍କୁ ଧରିବାକୁ ଆରମ୍ଭ କରିଥିଲେ ଅପରେସନ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ପିସିଆର ଲୁଟେରାଙ୍କ ପିଛା କରୁଥିବାବେଳେ କେଶୁରା ନିକଟରେ ଲୁଟେରା ହାର ମାନିଥିଲେ । ପିସିଆର କର୍ମଚାରୀଙ୍କୁ ଦିଆଯାଇଥିବା ବନ୍ଧୁକ ବା ପିସ୍ତଲ ଏଠାରେ କମାଲ କରିଥିଲା । ପିସିଆର କର୍ମଚାରୀ ନିଜର ପିସ୍ତଲ ବାହାର କରି ଲୁଟେରାଙ୍କୁ ରହିବାକୁ ଧମକ ଦେଇଥିଲେ । ଶେଷରେ ବନ୍ଧୁକ ଦେଖି ଭୟରେ ଦୁଇ ଲୁଟେରା ପୋଲିସ ନିକଟରେ କରିଥିଲେ ଆତ୍ମସମର୍ପଣ । ଲୁଟେରାଙ୍କ ଠାରୁ ଏକ ମାରଣାସ୍ତ୍ର ସହ ଚୋରି ହୋଇଥିବା ଟଙ୍କା ପୋଲିସ ଜବତ କରିଛି । ଏହାସହ ଦୁଇ ଲୁଟେରାଙ୍କୁ କମିଶନରେଟ ପୋଲିସ ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରିଛି ।


ତେବେ ଏଭଳି ସାହସିକତାର ସହ ବନ୍ଧୁକ ଭୟ ଦେଖାଇ ଲୁଟେରାଙ୍କୁ କାବୁ କରିବା ନେଇ ଡ୍ୟୁଟିରେ ଥିବା ପିସିଆର କର୍ମଚାରୀଙ୍କୁ ସମ୍ମାନିତ କରିଛନ୍ତି ପୋଲିସ କମିଶନର। ଏଭଳି ଆଲର୍ଟ ରହି ଲୁଟେରାମୁକ୍ତ କରିବାକୁ ପୋଲିସ କମିଶନର ଦେଇଛନ୍ତି ଆହ୍ବାନ। ତେବେ କିଛିଦନ ପୂର୍ବେ ପିସିଆର କର୍ମଚାରୀଙ୍କୁ ଅପରାଧିଙ୍କ ମଧ୍ୟରେ ଭୟ ଓ ନିଜର ସୁରକ୍ଷା ପାଇଁ ପିସ୍ତଲ ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇଥିଲେ ପୋଲିସ କମିଶନର। ଯାହାକୁ ନେଇ ଏଭଳି ଏକ ସଫଳତା ଅର୍ଜନ କରିବା ସହ ବେଶ ଗର୍ବିତ ବୋଲି କହିଛନ୍ତି ସମ୍ମାନିତ ହୋଇଥିବା ପିସିଆର କର୍ମଚାରୀ ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details