ଓଡିଶା

odisha

ETV Bharat / briefs

10ଟି ଗଛ ନ ଲଗାଇଲେ ମିଳିବନି ସ୍ନାତକ ଡିଗ୍ରୀ

ଫିଲିପାଇନ୍ସ ସରକାର ପରିବେଶ ସୁରକ୍ଷା ପାଇଁ ଏକ ଆଇନ ପ୍ରଣୟନ କରିଛନ୍ତି । ଯେଉଁ ଆଇନ ଜରିଆରେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ 10ଟି ଗଛ ଲଗାଇବାକୁ ପଡିବ । ଏମିତି ନକଲେ  ସ୍ନାତକ ଡିଗ୍ରୀ ପ୍ରଦାନ କରାଯିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।

By

Published : May 31, 2019, 2:33 PM IST

Updated : May 31, 2019, 3:08 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଦିନକୁ ଦିନ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି । କେବଳ ଭାରତ ନୁହେଁ ସାରା ବିଶ୍ବରେ ପରିବେଶ ପ୍ରଦୂଷଣ ମୁଣ୍ଡବ୍ୟଥାର କାରଣ ହେଇସାରିଛି । ଫିଲିପାଇନ୍ସ ସରକାର ପରିବେଶ ସୁରକ୍ଷା ପାଇଁ ଏକ ଆଇନ ପ୍ରଣୟନ କରିଛନ୍ତି । ଯେଉଁ ଆଇନ ଜରିଆରେ ବିଶ୍ବବିଦ୍ୟାଳୟର ପ୍ରତି ଛାତ୍ରଛାତ୍ରୀମାନଙ୍କୁ 10ଟି ଗଛ ଲଗାଇବାକୁ ପଡିବ । ଏମିତି ନକଲେ ସ୍ନାତକ ଡିଗ୍ରୀ ପ୍ରଦାନ କରାଯିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।

ସମଗ୍ର ଦେଶରେ ପ୍ରତିବର୍ଷ 175 ମିଲିୟନ ଗଛ ଲଗାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ପର୍ଯ୍ୟାବରଣ ସଂରକ୍ଷଣ ଅଧିନିୟମକୁ ସର୍ବସମ୍ମତି କ୍ରମେ ଦେଶର ପ୍ରତିନିଧି ସଭାରେ ପାସ୍‌ କରାଯାଇଛି । ଏହି ନିୟମ ବଳରେ କଲେଜ୍‌, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଆଇନକୁ କାର୍ଯ୍ୟକାରୀ କରାଯିବା ପାଇଁ ନିର୍ଦ୍ଦେଶ ରହିଛି ।

ଏହି ନିୟମକୁ ଲାଗୁ କରିବାର ସମସ୍ତ ଦାୟିତ୍ବ ଶିକ୍ଷା ବିଭାଗ ଉପରେ ନ୍ୟସ୍ତ କରାଯାଇଛି । ଦେଶରେ କ୍ରମାନ୍ବୟ ଭାବରେ ଜଙ୍ଗଲ ସମ୍ପଦ ଧ୍ବଂସ ପାଇବାରେ ଲାଗୁଛି । ଫଳରେ ପ୍ରାକୃତିକ ବିପର୍ଯ୍ୟୟର ବଢିବାରେ ଲାଗୁଛି । ଏହାକୁ ଆଖି ଆଗରେ ରଖି ସରକାର ଏହି ଭଳି ନିୟମ ଲାଗୁ କରିଛନ୍ତି ।

Last Updated : May 31, 2019, 3:08 PM IST

For All Latest Updates

ABOUT THE AUTHOR

...view details