ଓଡିଶା

odisha

ETV Bharat / briefs

ପାରଳାଖେମୁଣ୍ଡିରେ ବଢୁଛି ପାରଦ

ତାତିରେ ଜଳୁଛି ସାରା ଓଡିଶା । ଏଥିରୁ ବାଦ ପଡିନି ଗଜପତି । ଅସହ୍ୟ ଗରମ ଓ ଗୁଳୁଗୁଳିରେ ଝଟପଟ ଜିଲ୍ଲାବାସୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

By

Published : May 28, 2019, 4:49 PM IST

ପାରଳାଖେମୁଣ୍ଡି: ତାତିରୁ ରକ୍ଷା ପାଇବା ପାଇଁ ଚାରିଆଡେ ତ୍ରାହିତ୍ରାହି ଡାକୁଛନ୍ତି ସଭିଏଁ । ପାହାଡି ଜାଗାରେ ପ୍ରବଳ ଖରାରେ ଆଉଟପାଉଟ ହେଉଛନ୍ତି ଅଞ୍ଚଳବାସୀ । ପାରଳାଖେମୁଣ୍ଡିରେ ପାରଦ ଏବେ 42 ଉପରେ । ଦିନ 11ରୁ ଅପରାହ୍ଣ 4ଟା ପର୍ଯ୍ୟନ୍ତ ଘରୁ ଗୋଡ କାଢିବା ମୁସକିଲ ହୋଇପଡିଛି । ଏପଟେ ବାରମ୍ବାର ବିଦ୍ୟୁତ କାଟ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ସହରବାସୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ଖାଲି ପାରଳାଖେମୁଣ୍ଡି କାହିଁକି, ଗଜପତିବାସୀ ଏବେ ତାତିରେ ସିଝୁଛନ୍ତି । ଉତ୍ତାପ ବୃଦ୍ଧି ଯୋଗୁଁ ଲସି, ଘୋଳଦହି, ଲେମ୍ବୁପାଣି ଇତ୍ୟାଦି ଦୋକାନରେ ଭିଡ ଜମୁଛି । ପ୍ରଶାସନ ପକ୍ଷରୁ ମଧ୍ୟ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।

ତାତି ଆହୁରି କିଛି ଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏପଟେ ଚଳିତ ବର୍ଷ କାଳବୈଶାଖୀର ନାଁ ଗନ୍ଧ ବି ନାହିଁ । ତେବେ ବର୍ଷାକୁ ଚାତକ ପରି ଅନାଇ ବସିଛନ୍ତି ଜିଲ୍ଲାବାସୀ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details