ଓଡିଶା

odisha

ETV Bharat / briefs

ଖୁଚୁରା ବେପାରୀଙ୍କୁ ମାଡ ଘଟଣା: ପୋଲିସର ଶିଥିଳତା ନେଇ ପଞ୍ଚାୟତ ଘେରିଲେ ଗ୍ରାମବାସୀ

ଅମୃତଭଣ୍ଡା ବିକ୍ରି କରିବାକୁ ଆସିଥିବା ଅଲଟ କୂଳଲୁକୁ ବଜାର ଠିକାଦାର ସୁରେନ୍ଦ୍ର ସାହୁ ଦ୍ୱାରା ନିସ୍ତୁକ ମାଡ଼ ମାରିବା ଘଟଣା । ପୋଲିସର ଶିଥିଳତାକୁ ନେଇ ଗ୍ରାମବାସୀ ହାତୀବାଡି ଥାନା ଘେରାଉ କରିବା ସହ ବଜାର ବନ୍ଦ କରିବା ପରେ ଆଜି ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Jul 1, 2019, 11:25 PM IST

Updated : Jul 1, 2019, 11:55 PM IST


ରାଉରକେଲା: ଅମୃତଭଣ୍ଡା ବିକ୍ରି କରିବାକୁ ଆସିଥିବା ଅଲଟ କୂଳଲୁକୁ ବଜାର ଠିକାଦାର ସୁରେନ୍ଦ୍ର ସାହୁ ଦ୍ୱାରା ନିସ୍ତୁକ ମାଡ଼ ମାରିବା ଘଟଣାରେ ପଞ୍ଚାୟତ ଘେରାଉ କରିଥିଲେ ଅଙ୍କୁରପଲ୍ଲୀ ଗ୍ରାମବାସୀ । ଘଟଣାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରିନାହିଁ । ଯାହାକୁ ପ୍ରତିବାଦ କରି ଗ୍ରାମବାସୀ ହାତୀବାଡି ଥାନା ଘେରାଉ କରିବା ସହ ବଜାର ବନ୍ଦ କରିଥିଲେ । କିନ୍ତୁ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ବାଧ୍ୟ ହୋଇ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଏଥିସହିତ ପଞ୍ଚାୟତକୁ ଏକ ଦାବିପତ୍ର ପ୍ରଦାନ କରି ଆଜି ଗ୍ରାମବାସୀ ଚରମ ବାଣୀ ଶୁଣାଇଛନ୍ତି । ଜଣେ ଆଦିବାସୀ ଗ୍ରାମବାସୀକୁ ବଜାର ଠିକାଦାର ଦ୍ୱାରା ନିସ୍ତୁକ ମାଡ଼ ମାରିବା ଘଟଣାକୁ ବରଦାସ୍ତ କରିବେ ନାହିଁ । ସେପଟେ ପଞ୍ଚାୟତ ତରଫରୁ ଗ୍ରାମବାସୀଙ୍କୁ କାର୍ଯ୍ୟାନୁଷ୍ଠାନର ଆଶ୍ବାସନା ମିଳିବା ପରେ ପରିସ୍ଥିତିରେ ସୁଧାର ଆସିଥିଲା ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Last Updated : Jul 1, 2019, 11:55 PM IST

ABOUT THE AUTHOR

...view details