ଓଡିଶା

odisha

ETV Bharat / briefs

ଫନି ସହାୟତା: ରାଜଭବନରୁ ‘ଗୋଟିଏ ଦିନର ଦରମା ଦାନ’

ଫନି ମାଡରେ କ୍ଷତିଗ୍ରସ୍ତ ଜିଲ୍ଲାର ପୁନଃରୁଦ୍ଧାର ପାଇଁ ସହଯୋଗର ହାତ ବଢାଇଲେ ରାଜ୍ୟପାଳ ଓ ରାଜଭବନ କର୍ମଚାରୀ ।

By

Published : Jun 6, 2019, 7:48 PM IST

Updated : Jun 7, 2019, 3:19 PM IST

ଫାଇଲ ଫଟୋ

ଭୁବନେଶ୍ବର: ଗତମାସରେ ଆସିଥିବା ସାମୁଦ୍ରିକ ଝଡ ଫନିରେ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିଲା ଉପକୂଳ ଓଡିଶା । ଦୋହଲି ଯାଇଛି ରାଜ୍ୟର ଅର୍ଥନୈତିକ ସ୍ଥିତି । ଫନି ପରେ ଖିନଭିନ ଓଡିଶାକୁ ପୁଣିଥରେ ଟ୍ରାକକୁ ଫେରାଇ ଆଣିବା ପାଇଁ ଦେଶର ବିଭିନ୍ନ ପ୍ରଦେଶ ସହ ଅନେକ ସରକାରୀ ବେସରକାରୀ ଅନୁଷ୍ଠାନ ସମେତ ବହୁ ସ୍ବେଛାସେବୀ ମୁଖ୍ଯମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରୁଛନ୍ତି ।

ତେବେ ଆଜି ରାଜ୍ୟର ପ୍ରଥମ ନାଗରିକ ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜର ଏକ ଦିନର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ।

ଏହାସହ ରାଜଭବନରେ କାର୍ଯ୍ୟରତ ସମସ୍ତ 122ଜଣ କର୍ମଚାରୀ ମଧ୍ୟ ସେମାନଙ୍କର ଦରମା ଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 7, 2019, 3:19 PM IST

ABOUT THE AUTHOR

...view details