ଓଡିଶା

odisha

ETV Bharat / briefs

ଭୋଜି ଖାଇ ଫେରିବା ବେଳେ ବାଇକ୍ ଦୁର୍ଘଟଣା, ଜଣେ ମୃତ

ଭୋଜି ଖାଇ ଫେରୁଥିବା ବେଳେ ଗଣ୍ଡଶିଳା ନିକଟରେ କଲଭଟରେ ପିଟି ହେଲା ବାଇକ୍ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଜଣ ଗୁରୁତର ହୋଇଛନ୍ତି ।

By

Published : May 13, 2019, 12:21 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗଣ୍ଡିଶୁଳା ନିକଟରେ ସଡକ ଦୁର୍ଘଟଣା ଘଟିଛି । ବାଇକ୍ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଗୁରୁତର ହୋଇଛନ୍ତି । ମୃତକ ହେଲେ ମୁଜାଗଡ ଗ୍ରାମର ଗଙ୍ଗାଧର ଗୌଡ । ଗୁରୁତର 2 ଜଣ ହେଉଛନ୍ତି ମିଥୁନ ଦିହୁଡି ଓ ଆଶିଷ କୁମାର ପ୍ରଧାନ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ସୂଚନାନୁସାରେ, ବେଲଗୁଣ୍ଠା ଭୋଜି ଖାଇବାକୁ 3 ଜଣ ଗୋଟିଏ ବାଇକରେ ଯାଇଥିଲେ । ସେଠାରୁ ଭୋଜି ଖାଇ ମୁଜାଗଡ ଫେରୁଥିବା ବେଳେ ଗଣ୍ଡଶିଳା ନିକଟରେ ବାଇକଟି ଭାରସାମ୍ୟ ହରାଇ କଲଭଟରେ ପିଟି ହୋଇଥିଲା । ଘଟଣାସ୍ଥଳରୁ ସ୍ଥାନୀୟ ଲୋକମାନେ 3 ଜଣଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଇଥିଲେ । ମାତ୍ର ଡାକ୍ତର ଗଙ୍ଗାଧରଙ୍କୁ ସେଠାରେ ମୃତ ଘୋଷଣା କରିଥିବାବେଳେ ମିଥୁନ ଓ ଆଶିଷଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ସେପଟେ ଖବର ପାଇ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details