ଓଡିଶା

odisha

ETV Bharat / briefs

ନୀଳଗିରିରେ ହାତୀ ଆତଙ୍କ, ବୃଦ୍ଧ ଗୁରୁତର - oldman

ନୀଳଗିରି ବଣସୀମା ଅଞ୍ଚଳର ସାତରାଣ୍ଡ ଗାଁରେ ହାତୀ ଆକ୍ରମଣରେ ଜଣେ 65 ବର୍ଷୀୟ ବୃଦ୍ଧ ଗୁରୁତର ହୋଇଛନ୍ତି । ଗୁରୁତର ବୃଦ୍ଧ ହେଲେ ସେହି ଗାଁର ଚୈତନ୍ୟ ମାଝି । ଚିକିତ୍ସା ପାଇଁ ବୃଦ୍ଧଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର

By

Published : Jun 18, 2019, 11:23 AM IST

ବାଲେଶ୍ବର: ନୀଳଗିରି ଅଞ୍ଚଳରେ ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବ ଥମିବାରେ ନାଁ ନେଉନାହିଁ । କେତେବଳେ ମଣିଷ ଓ ଗାଈଗୋରୁ ଦଳି ମାରୁଛନ୍ତି ତ ଆଉ କେତେବେଳେ ଘର ଭାଙ୍ଗି ଧାନ ଚାଉଳ ନଷ୍ଟ କରୁଛନ୍ତି । ଗତ କିଛିଦିନ ଲଗାତାର ହାତୀଙ୍କ ଏହି ଉପଦ୍ରବ ଯୋଗୁଁ ଲୋକମାନେ ଭୟଭୀତ ରହୁଥିବା ବେଳେ ସୋମବାର ରାତିରେ ଜଣେ ବୃଦ୍ଧ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର

ନୀଳଗିରି ବଣସୀମା ଅଞ୍ଚଳରେ ସୋମବାର ରାତିରେ ସାତରାଣ୍ଡ ଗାଁର ଜଣେ 65 ବର୍ଷୀୟ ବୃଦ୍ଧ ଚୈତନ୍ୟ ମାଝିଙ୍କୁ କଚାଡି ଗୁରୁତର କରିଛି । ଚିକିତ୍ସା ପାଇଁ ତାଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ, ଗୋପାଳପୁର ଜଙ୍ଗଲ ଦେଇ ଗତ 12 ତାରିଖରେ 35ଟି ଝାଡ଼ଖଣ୍ଡି ହାତୀପଲ ତିନିକୋଶିଆ ଜଙ୍ଗଲରେ ଗୋଟିଏ ଦିନ ରହିଥିଲେ । 13 ତାରିଖ ସନ୍ଧ୍ୟାରେ ହାତୀପଲ ଗାଁ ମୁହାଁ ହୋଇଥିଲେ । ଜାମୁଡିହା ପଞ୍ଚାୟତ ଗୁଡିଶୂଳ ଗ୍ରାମରେ ପଶି 7ଟି ଘର ଭାଙ୍ଗି ଦେଇଥିଲେ । ପୁଣି 15 ତାରିଖ ରାତି ତମାମ ଗରଡି ପଞ୍ଚାୟତ ବାଙ୍କୀସାହି ଗ୍ରାମବାସୀଙ୍କ ନିଦ ହାତୀପଲ ହଜାଇ ଦେଇଥିବା ବେଳେ ଗୋଟେ ଘର ଓ ବହୁ ନଡ଼ିଆ ଗଛ ଭାଙ୍ଗିଦେଇଥିଲେ । ଏହାସହିତ ଗଛରୁ ପଣସ ନଷ୍ଟ କରିଥିଲେ । ତେବେ ସୋମବାର ରାତିରେ ତିନିକୋଶିଆ ଜଙ୍ଗଲରୁ ବାହାରି କୁଳଡିହା ଜଙ୍ଗଲରେ ହାତୀପଲ ପଶି ବାଟରେ ଯିବାରାସ୍ତାରେ ତେଣ୍ଡା ଗାଁର 9ଟି ଭାଙ୍ଗି ଦେଇଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details