ଓଡିଶା

odisha

ETV Bharat / briefs

ବାତ୍ୟା ବିପନ୍ନଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ମୋଦିଙ୍କୁ ନବୀନଙ୍କ ଚିଠି

ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ପକ୍କା ଘର ମିଳିବା ଦରକାର । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ କେନ୍ଦ୍ରକୁ ସ୍ୱତନ୍ତ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 5 ଲକ୍ଷ ଘର ଦାବି କରିଛନ୍ତି ।

By

Published : May 13, 2019, 2:51 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର

ଭୁବନେଶ୍ବର: ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ପକ୍କା ଘର ମିଳିବା ଦରକାର । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ କେନ୍ଦ୍ରକୁ ସ୍ୱତନ୍ତ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 5 ଲକ୍ଷ ଘର ଦାବି କରିଛନ୍ତି । ବାତ୍ୟା ଫନିରେ ହୋଇଥିବା କ୍ଷୟକ୍ଷତିର ମୁକାବିଲାରେ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଓ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ବାତ୍ୟାରେ ଲୋକେ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବାବେଳେ ବାସଗୃହ ହରାଇଥିବା ଯୋଗୁଁ ସେମାନଙ୍କ ଦୁର୍ଦ୍ଦଶା ଦ୍ବିଗୁଣିତ ହୋଇଛି । ବର୍ତ୍ତମାନ ପରିସ୍ଥିତିରେ ବାତ୍ୟା ଫନିରେ କେତେ ଘର ଭାଙ୍ଗିଛି ତାର ଆକଳନ ପାଇଁ ସ୍ୱତନ୍ତ୍ର ସର୍ଭେ ଆରମ୍ଭ ହୋଇଛି । ସର୍ଭେ ପରେ ପ୍ରକୃତ ମୃତ୍ୟୁସଂଖ୍ୟା ଜଣାପଡିବ । ତେବେ ପ୍ରାଥମିକ ଆକଳନରେ 14ଟି ଜିଲ୍ଲାରେ 5 ଲକ୍ଷ ଘର ନଷ୍ଟ ହୋଇଥିବା ସୂଚନା ମିଳିଛି ।

ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ନିଜେ ପ୍ରଧାନମନ୍ତ୍ରୀ ଗତ 6 ତାରିଖ ଓଡିଶା ଗସ୍ତ ସମୟରେ ଅବଗତ ହୋଇଛନ୍ତି । ରାଜ୍ୟ ସରକାର ମଧ୍ୟ ସେ ସମୟର ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ବାତ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ଆଗାମୀ ମୌସୁମୀ ପୂର୍ବରୁ ଘର ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର ଯୋଗାଇଦେବାର ଆବଶ୍ୟକତା ରହିଛି ।

ଖବର ଅନୁଯାୟୀ, ଆସନ୍ତା ଜୁନ 10 ତାରିଖ ସୁଦ୍ଧା ମୌସୁମୀ ଓଡିଶା ପ୍ରବେଶ କରୁଛି । ତେଣୁ ରାଜ୍ୟ ସରକାର ଜୁନ 1 ତାରିଖରୁ ଲୋକଙ୍କୁ କାର୍ଯ୍ୟାଦେଶ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଆଶା ରଖିଛନ୍ତି ଯେ, ରାଜ୍ୟର ଏହି ଦାବିକୁ କେନ୍ଦ୍ର ଗ୍ରହଣ କରିବ । ଏଥିସହ ଏହି ବାସଗୃହ ଯୋଗାଣରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ 90:10 ହାରରେ ଅନୁଦାନ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଅଜିତ୍ କୁମାର ଦାଶ, ଇଟିଭି ଭାରତ

ABOUT THE AUTHOR

...view details