ଓଡିଶା

odisha

ETV Bharat / briefs

ତାମିଲନାଡୁ ପୋଲିସ ଡିଜି ହେଲେ ଓଡିଆ ପୁଅ, ଜାଣନ୍ତୁ ତାଙ୍କ ବିଷୟରେ - tamilnadu

ତାମିଲନାଡୁ ପୋଲିସ ଡିଜି ଭାବେ ଆସନ୍ତାକାଲି କାର୍ଯ୍ୟରେ ଯୋଗଦେବେ ଓଡିଆ ପୁଅ ଜଳଦ କୁମାର ତ୍ରିପାଠୀ । ଜଳଦ ତାମିଲନାଡୁ ଆଇପିଏସ କ୍ୟାଡରର ୧୯୮୫ ମସିହା ବ୍ୟାଚର ଆଇପିଏସ ଅଫିସର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jun 29, 2019, 7:04 PM IST

Updated : Jun 29, 2019, 7:51 PM IST

ଭୁବନେଶ୍ବର: ଆସନ୍ତାକାଲି ତାମିଲନାଡୁ ପୋଲିସ ଡିଜି ଭାବେ କାର୍ଯ୍ୟରେ ଯୋଗଦେବେ ଓଡିଆ ପୁଅ ଜଳଦ କୁମାର ତ୍ରିପାଠୀ । ଆଇପିଏସ ଅଫିସର ଜଳଦ ତାମିଲନାଡୁ ଆଇପିଏସ କ୍ୟାଡରର ୧୯୮୫ ମସିହା ବ୍ୟାଚ ଅଫିସର। ତାମିଲନାଡୁ ୟୁନିଫର୍ମଡ ସର୍ଭିସ ରିକ୍ରୁମେଣ୍ଟ ବୋର୍ଡର ଅଧ୍ୟକ୍ଷ ଦାୟିତ୍ୱରେ ସେ ଅଛନ୍ତି। ପୂର୍ବରୁ ଚେନ୍ନାଇର ଦୁଇଥର ପୋଲିସ କମିଶନର ଦାୟିତ୍ୱ ତୁଲାଇଥିବା ବେଳେ ୬ଟି ସମ୍ବେଦନଶୀଳ ଜିଲ୍ଲାର ଏସପି ଭାବେ କାର୍ଯ୍ୟଭାର ତୁଲାଇଛନ୍ତି।

ଏଥିସହ ଆଡିସିନାଲ ଡିଜିପି ଲ ଆଣ୍ଡ ଅର୍ଡର , ଜଏଣ୍ଟ ପୋଲିସ କମିଶନର ଲ ଆଣ୍ଡ ଅର୍ଡର, ଆଇଜିପି କ୍ରାଇମବ୍ରାଞ୍ଚ ସିଆଇଡି ଭଳି ଦାୟିତ୍ୱ ତୁଲାଇଛନ୍ତି । ନିଜ କାର୍ଯ୍ୟକାଳ ଭିତରେ ନିଜର ଦକ୍ଷତା ଓ ପୋଲିସ ସର୍ଭିସରେ ଦବଙ୍ଗଗିରି ନେଇ ବେଶ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି । ତାମିଲନାଡୁର ତତ୍କାଳୀନ ସିଏମ ସ୍ବର୍ଗତଃ ଜୟଲଳିତାଙ୍କ ଗୁଡ ବୁକରେ ରହିଥିଲେ ଜଳଦ କୁମାର ତ୍ରିପାଠୀ ।

ଅନେକ ଅପରାଧିଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ସହ ଭିରୁଧନଗର ଏସପି ଥିବା ସମୟରେ ସାମ୍ପ୍ରତିକ ଦଙ୍ଗା ପରିସ୍ଥିତି ଭଳି ପରିସ୍ଥିତିକୁ ନିଜର ବିଚକ୍ଷଣ ବୁଦ୍ଧି ସାହାର୍ଯ୍ୟରେ ସାମ୍ନା କରିଛନ୍ତି ସେ । ଜଏଣ୍ଟ ପୋଲିସ କମିଶନର ସାଉଥ ଜୋନରେ ଥିବା ସମୟରେ ୧୯୯୯ ରୁ ୨୦୦୫ ମଧ୍ୟରେ ଅନେକ ମାଫିଆରାଜ, ଗ୍ୟାଙ୍ଗଷ୍ଟାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ବେଶ ଚର୍ଚ୍ଚାରେ ସେ ରହିଛନ୍ତି । ସେ ପ୍ରଥମ ଆଇପିଏସ ଅଫିସର ଯେ କି, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକ୍ସେଲେନସ ସମ୍ମାନରେ ପବ୍ଲିକ ଆଡମିନଷ୍ଟ୍ରେସନ ପାଇଁ ସମ୍ମାନିତ ହୋଇଛନ୍ତି । ଏଥିସହ 'ଇଣ୍ଟରନ୍ୟାସନାଲ ଆସୋସିଏସନ ଅଫ ଚିଫ ଅଫ ପୋଲିସ' ଦ୍ବାରା ଇଣ୍ଟରନ୍ୟାସନାଲ କମ୍ୟୁନିଟି ପୋଲିସିଂ ଆୱାର୍ଡ, ଇନୋଭେସନ ଇନ ଗଭର୍ଣ୍ଣାନ୍ସ ଗୋଲ୍ଡ ମେଡାଲ ଆୱାର୍ଡ , ରାଷ୍ଟ୍ରପତି ପୋଲିସ ପଦକ, ସିଏମ ଏକ୍ସେଲେନ୍ସ ଆୱାର୍ଡ ଭଳି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ତେବେ ଏହି ଓଡିଆ ପୁଅଙ୍କ ନିଜ ଘର ପଟିଆ ଅଞ୍ଚଳର ହୋଇଥିବା ବେଳେ ସେ ପିଲାଦିନେ କେନ୍ଦ୍ରାପଡା ମାହାଙ୍ଗାର ଭିରା ଗ୍ରାମରେ ବଢିଛନ୍ତି । ପିତା ସ୍ୱର୍ଗତଃ ଇନ୍ଦ୍ରମଣି ତ୍ରିପାଠୀ ଓ ମାତା ସ୍ୱର୍ଗତଃ ହେମଲତା ଦେବୀଙ୍କ ସନ୍ତାନ ହେଉଛନ୍ତି ଓଡିଆ ପୁଅ ତଥା ତାମିଲନାଡୁ ପୋଲିସ ଡିଜି ଜଳଦ କୁମାର ତ୍ରିପାଠୀ ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Last Updated : Jun 29, 2019, 7:51 PM IST

ABOUT THE AUTHOR

...view details