ଓଡିଶା

odisha

ETV Bharat / briefs

ଫନି ମାଡରେ ଚାନ୍ଦବାଲିରେ ଫସଲ ହାନି - fanieffect

ଭଦ୍ରକ ଚାନ୍ଦବାଲି ବ୍ଲକର ବଡସିଂହପୁର ଅଞ୍ଚଳରେ ଫନି ଯୋଗୁଁ ଫସଲରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭଦ୍ରକ

By

Published : May 5, 2019, 5:15 PM IST

Updated : May 5, 2019, 5:45 PM IST

ଚାନ୍ଦବାଲି: ସାମୁଦ୍ରିକ ଝଡ ଫନି ଉପକୂଳ ଓଡିଶାର ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଏହାର ପ୍ରଭାବ ଦେଖିବାକୁ ମିଳିଛି ଭଦ୍ରକ ଚାନ୍ଦବାଲି ବ୍ଲକର ବଡସିଂହପୁର ଅଞ୍ଚଳରେ । ଏହି ଅଞ୍ଚଳରେ ଫନି ଯୋଗୁଁ ଫସଲରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଶେଷକରି ଏହି ଅଞ୍ଚଳରେ ହୋଇଥିବା ଡାଳୁଅ ଧାନ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭଦ୍ରକ

ବଡସିଂହପୁର ଅଞ୍ଚଳରେ ଚାଷ ହୋଇଥିବା ଡାଳୁଅ ଧାନ ପ୍ରବଳ ବର୍ଷା ଓ ପବନ ଦ୍ବାରା ତଳେ ପଡିଯାଇଥିଲା । ପାଣିରେ ପଡିରହିବାରୁ ପାଚିଲା ଧାନ ସବୁ ନଷ୍ଟ ହୋଇଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଗ୍ରାମର 12 ଜଣ ଚାଷୀ ଭାଗକରି 25 ଏକର ଜମିରେ ଡାଳୁଅ ଧାନ ଚାଷ କରିଥିଲା ବେଳେ ଫନିରେ ଚାଷର 60 ପ୍ରତିଶତରୁ ଅଧିକ କ୍ଷତି ହୋଇଥିବା ସାମୂହିକ ଭାବେ କହିଛନ୍ତି । ଋଣକରି ଚାଷ କରିଥିବାରୁ ଏହା ସେମାନଙ୍କୁ ବେଶୀ ବାଧୁଥିବା ପ୍ରକାଶ କରିଛନ୍ତି । ଏହା ସହ ସରକାରୀ ସ୍ତରରେ ସହାୟତା ପାଇଁ ଦାବି ମଧ୍ୟ କରିଛନ୍ତି ।


ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : May 5, 2019, 5:45 PM IST

ABOUT THE AUTHOR

...view details