ମାଲକାନଗିରି: ମୃତ୍ୟୁ କେତେବେଳେ କେମିତି ଆସିବ କହିବା କଷ୍ଟକର । ଏମିତି ଏକ ଦୁଖଃଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ କଦମଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଖାନାଗୁଡା ଗ୍ରାମରେ ।
ଗ୍ରାମର ଜଣେ ୭ ବର୍ଷର ନାବାଳକ ରାଜେନ୍ଦ୍ର ସୀସା ଚଢେଇ ଧରିବାକୁ ଯାଇ ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି , ଖବର ପଇ ବନରକ୍ଷୀ ଅଲ୍ଲୀ ମହମ୍ମ ଓ ବିଦ୍ୟୁତ ବିଭାଗର କର୍ମଚାରୀ ପହଞ୍ଚି ବିଦ୍ୟୁତ କାଟି ନାବାଳକଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।